ସୂଚନାଯୋଗ୍ୟ, ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବିଜୟୀ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଛି। ବିଜେପି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଏବଂ ଛତିଶଗଡ଼ ଛଡ଼ାଇ ନେଇଛି। ମଧ୍ୟପ୍ରଦେଶରେ ବିଜେପି ଠାରୁ କ୍ଷମତା ଛଡ଼ାଇବା ଲାଗି ସ୍ବପ୍ନ ଦେଖିଥିବା କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ହରାଇ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୬୫ ଆସନ ହାସଲ କରିଛି। ସେହିଭଳି ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୧୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟରେ ୯୦ ଆସନରୁ ବିଜେପି ୫୫ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି।