Onn 3

ଧୂମ୍‌ ଧାମ୍‌ରେ ପାଳିତ ହେଲା ପ୍ରଭୁ ଆୟାପ୍ପାଙ୍କ ଅଗ୍ନି ପୂଜା

State

 

nabarangpur-e1701605180754

ନବରଙ୍ଗପୁର : ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଧୂପ ଦୀପ ଆଳତିର ମହକରେ ମହକୁଛି ପୂରା ପରିବେଶ । ଧୂମ୍‌ ଧାମ୍‌ରେ ପାଳିତ ହେଉଛି ସ୍ୱାମୀ ଆୟାପ୍ପାଙ୍କ ଅଗ୍ନିପୂଜା। ଆୟାପ୍ପାଙ୍କ ପ୍ରଭୁ ନିକଟରେ ବିଶ୍ବାସ ଓ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତଗଣ ।

ତେବେ ଆପଣମାନଙ୍କ ମନରେ ଭାବୁ୍‌ଥିବେ ପ୍ରଭୁ ଆୟାପ୍ପା କିଏ । କାହିଁକି ଏ ଅଗ୍ନି ପୂଜା ବ୍ରତ ପାଳନ କରାଯାଏ । ପୌରାଣିକ କଥା ଅନୁସାରେ ଆୟାପ୍ପା ଭଗବାନ ଶିବ ମାତା ମୋହିନୀଙ୍କ ପୁଅ। ମାତା ମୋହାନୀ ବିଷ୍ଣୁଙ୍କର ଏକ ସ୍ୱରୂପ। ଅର୍ଥାତ୍‌ ଆୟପ୍ପା ଶିବ ଓ ବିଷ୍ଣୁଙ୍କ ପୁଅ। ଏହି କାରଣରୁ ସ୍ୱାମୀ ଆୟାପ୍ପାଙ୍କୁ ହରିହର ପୁତ୍ର କୁହାଯାଏ। ତେବେ ଉମରକୋଟରେ ସ୍ଵାମୀ ଆୟାପ୍ପା ସେବା ସଂଘ ତରଫରୁ ଡି. ଏନ. କେ ମିନି ଷ୍ଟାଡିୟମ ଠାରେ ଅଗ୍ନି ପୂଜା ଅନୁଷ୍ଠିତ ହୋଇ ଯାଇଛି। ଅଗ୍ନି ପୂଜାରେ ଭଗବାନ ଆୟାପ୍ପାଙ୍କ ଆଶ୍ରିବାଦ ନେବା ସହ ପୂଜାରେ ଭାଗ ନେବାପାଇଁ ବିଭିନ୍ନ ଜିଲ୍ଲାରୁ ଅନେକ ଭକ୍ତ ଆସିଥିଲେ।

ଗୁରୁବାର ସନ୍ଧ୍ୟା ୭ ଟାରେ ଗୁଳିପାଟଣା ପେଣ୍ଡରାଣୀ ମନ୍ଦିରରୁ ଏକ ଦୀପ ଯାତ୍ରା ବାହାରି ସହର ପରିକ୍ରମା କରି ଡି. ଏନ. କେ ମିନି ଷ୍ଟାଡିୟମକୁ ଆସିଥିଲେ । ଏହି ଯାତ୍ରାରେ ସମସ୍ତ ଆୟାପ୍ପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେବା ସହ ସାଧାରଣ ଭକ୍ତ ମଧ୍ୟ ଯୋଗ ଦେଇଥିଲେ। ୮ଟା ସମୟରେ ଆମ୍ବଲମ ପୂଜା କରାଯାଇଥିଲା ଓ ରାତ୍ର ୧୦ଟା ସମୟରେ ଅଗ୍ନି ପୂଜା କରାଯାଇଥିଲା। ସମସ୍ତ ପୂଜା କାର୍ଯ୍ୟ ଜୟପୁରରୁ ଆସିଥିବା ରାବଣା ଗୁରୁ ସ୍ୱାମୀ ସମ୍ପାଦନ କରିଥିବା ବେଳେ ସନ୍ତୋଷ ପଞ୍ଜବାନୀ ସହଯୋଗ କରିଥିଲେ। ସମସ୍ତ ପୂଜା ସରିବା ପରେ ସମସ୍ତ ଆୟାପ୍ପା ଦୀକ୍ଷା ଧାରି ସ୍ୱାମୀ ମାନେ ଜ୍ଵଳନ୍ତ ନିଆଁକୁ ପୂଜା କରି ସ୍ୱାମୀୟେ ସରଣମ ଆୟାପା ଉଚ୍ଚାରଣ କରି ଦୀକ୍ଷାଧାରୀମାନେ ନିଆଁ ରେ ଚାଲିଥିଲେ। ଆୟାପ୍ପା ଭକ୍ତ ନଳିନୀ ରଞ୍ଜନ ମିଶ୍ରଙ୍କ ଦ୍ଵାରା ରଚିତ ଆୟାପା ଭଗବାନଙ୍କ ଉପରେ ଆଧାରିତ ଏକ “ନଥିଙ୍ଗ ବଟ ଆୟାପା” ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୦୦ ଆୟାପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେଇଥିଲେ। ଅଗ୍ନି ପୂଜାରେ ପ୍ରାୟ ୨୦୦୦ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ଅଗ୍ନି ପୂଜା କରିବା ଦ୍ୱାରା ଗ୍ରାମର ସାମୁହିକ ଉନ୍ନତି ହେବା ସହ ଭକ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି କହିଛନ୍ତି ରାବଣା ଗୁରୁସ୍ୱାମୀ। କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।