Onn 3

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ତ୍ରିଦିବସୀୟ ମେଳା ଉଦଯାପିତ

State

ବାରିପଦା: କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ରାଜ୍ୟ ସରକାର କୃଷିକାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ କୃଷକମାନଙ୍କୁ ବିଭିନ୍ନ ପ୍ରକାରର ସାର,ବିହନ,ବିନା ସୁଧରେ କୃଷି ଋଣ,କାଳିଆ ଯୋଜନା,ଵଳିଆ ଯୋଜନା,କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଦେବା,ଵୋରଓ୍ବେଲ ଖନନ,ମୋ ପୋଖରୀ, ପଶୁପାଳନ,ପନି ପାରିବା,ଚାଷ,ମାଣ୍ଡିଆ ଚାଷ,ଫୁଲ ଚାଷ,ଗୋପାଳନ ଚାଷ , ମତ୍ସ୍ୟ ଏବଂ ବହୁବିଧ ଯୋଜନା କରି ସହାୟତା ଯୋଗାଉଛନ୍ତି । ଏହାକୁ କୃଷକ ମଧ୍ୟରେ ଅଧିକ ସଚେତନତା କରିବା ପାଇଁ ମହୁଲଡିହା ଖେଳ ପଡ଼ିଆରେ ଉପଖଣ୍ଡ ସ୍ତରୀୟ କୃଷି ମେଳା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି ଓ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି।ଏହି ମେଳାରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ଯଶିପୁର ଜିଲ୍ଲା କୃଷି ଅଧିକାରୀ ତପନ ମହାପାତ୍ର, ରାଇରଙ୍ଗପୁର ବ୍ଳକ ପ୍ରାଣୀଧନ ଅଧିକାରୀ ଡାକ୍ତର ସୁବାସ ମହାନ୍ତି ,କରଂଜିଆ କୃଷି ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ ମାରାଣ୍ଡି ,ରାଇରଙ୍ଗପୁର କୃଷି ବିଭାଗ ନିର୍ବାହୀ ଅଧିକାରୀ ତରଣୀକାନ୍ତ ଦାସ, ବିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,କୁସୁମୀ ବ୍ଳକ କୃଷି ଅଧିକାରୀ ଭୀମସେନ ସିଂ,ରାଇରଙ୍ଗପୁର ବ୍ଳକ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ,ଵିଜାତଳା ବ୍ଳକ କୃଷି ଅଧିକାରୀ ପ୍ରଦୀପ୍ତ ନାୟକ , ପ୍ରମୁଖ ଉଦଯାପନୀ ଦିଵସରେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ସରୋଜ ଦାସ କହିଥିଲେ କୃଷି ଉତ୍ପାଦନୂ କିଭଳି ଦ୍ଵିଗୁଣିତ ହୋଇ କୃଷକର ଆର୍ଥିକ ବିକାଶ ହେବ ସେଥିପାଇଁ ଯାନ୍ତ୍ରିକ ସହଯୋଗ ଆବଶ୍ୟକତା ରହିଛି ।ତେଣୁ ସରକାର କୃଷି ଯନ୍ତ୍ରପାତି ଉପରେ ଶତକଡା ୫୦ ରୁ ୭୫ ପର୍ଯ୍ୟନ୍ତ ପ୍ରକୃତ ମୁଲ୍ଯଠାରୁ ରିହାତି ଘୋଷଣା କରିଛନ୍ତି।ମିଶ୍ରିତ ଫସଲର ଚାଷ,ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ ଉପଯୋଗ ଓ ପରିଚାଳନାର ସୁଯୋଗ ନେବାପାଇଁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।ମେଳାରେ ପାଖାପାଖି ୧ କୋଟି ଟଙ୍କାର ଯନ୍ତ୍ରପାତି କାରବାର ହୋଇଛି ।ମଂଚ ପରିଚାଳନା ସୌମ୍ୟ ରଂଜନ ମହାନ୍ତି ଏବଂ ମନୋଜ ସାନ୍ତରା କରିଥିଲେ ।