Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବ ରେଗୁଲାର କୋର୍ସ ଏବଂ ଷ୍ଟାଫ ଙ୍କୁ ଫେରାଇ ଆଣିବା ପାଇଁ ଭଞ୍ଜସେନାର ନିବେଦନ

State

ବାରିପଦା: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସୁଭିଧା ପାଇଁ ବାରିପଦା ଠାରେ ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା | କେନ୍ଦୁଝର ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସୁଭିଧା ପାଇଁ କେନ୍ଦୁଝର ଠାରେ ବିଶ୍ୱବିଦ୍ୟାଳୟର ୨ୟ ପରିସର ସ୍ଥାପନା କରାଗଲା |
୨ୟ ପରିସର କେନ୍ଦୁଝରଠାରେ ୫ଟି ସ୍ଥାଇ ବିଭାଗ ଯଥା ଓଡ଼ିଆ, ଇଂଲିଶ, ସଂସ୍କୃତ, ଭୁତତ୍ୱ ବିଭାଗ ଓ ବସ୍ତୁ ବିଜ୍ଞାନ ବିଷୟରେ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରୁଥିଲେ | କାଳକ୍ରମେ ଧରଣୀଧର (ସ୍ୱୟଂ) ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା କରାଗଲା |
ଗତ ତା. ୩୦.୧୧.୨୦୧୩ ରିଖରେ ଓଡିଶା ସରକାର ମୟୁରଭଞ୍ଜର ଜନସାଧାରଣ ତଥା ଛାତ୍ର ଛାତ୍ରୀଙ୍କ ସହିତ ଚଞ୍ଚକତା କରି ମୟୁରଭଞ୍ଜ ର ପୂର୍ବ ପ୍ରଜାବତ୍ସଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨ୟ ପରିସରକୁ ପୁରାପୁରି ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ସହିତ ମିଶାଇ ଦେଇଛନ୍ତି | ଯାହାଫଳରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨ୟ ପରିସର କେନ୍ଦୁଝରଠାରେ ଥିବା ୫ଟି ସ୍ଥାଇ ବିଭାଗ ଯଥା ଓଡ଼ିଆ, ଇଂଲିଶ, ସଂସ୍କୃତ, ଭୁତତ୍ୱ (Geology) ଓ ବସ୍ତୁ ବିଜ୍ଞାନ (Material Science) ବିଷୟ ତଥା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସବୁ କିଛି ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝରରେ ସମ୍ମିଳିତ ହୋଇଗଲା |ଏହା ମୟୁରଭଞ ପାଇଁ ଅତ୍ୟନ୍ତ ଲଜ୍ୟା ଓ ଦୁଃଖଦ ବିଷୟ |

ଯଥାଶୀଘ୍ର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କୁ ତାର ପୂର୍ବ ରେଗୁଲାର କୋର୍ସ ଏବଂ ଷ୍ଟାଫ ଙ୍କୁ ଫେରାଇ ଆଣିବା ପାଇଁ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ଯୋଗେ ନିବେଦନ କରିଛନ୍ତି, ଆଉ ଯଦି ସରକାର ଏହାକୁ ଅଣଦେଖା କରନ୍ତି ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ମଧ୍ୟ କହିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି