Onn 3

ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ବାପା

Crime State

 

image-1

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ବୁଜୁମାପଦର ଗ୍ରାମର ରାଧେ ସନ୍ତା ନିଜ ସ୍ତ୍ରୀ ମଳତୀ ସହିତ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀ କୁ ଠେଙ୍ଗା ଧରି ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା ରାଧେ । ତେବେ ସ୍ତ୍ରୀ ଭୟରେ ଘର ଛାଡ଼ି ଚାଲିଯାଇଥିଲା । ପରେ ଅଧିକ ଆକ୍ରମଣାତ୍ମକ ହୋଇ ନିଜ ଦୁଇ ବର୍ଷ ର ଛୁଆ କୁ କଟୁରି ରେ ବାରମ୍ବାର ଆକ୍ରମଣ କରିଥିଲା । ଏହା ଦେଖି ପୋଡ଼ଶୀ ଜଣେ ବୃଦ୍ଧା ଜନାଇ ସାନ୍ତା ଛୁଆ କୁ ବଞ୍ଚାଇବାକୁ ଉଦ୍ୟମ କରିଥିବାବେଳେ ମଦ୍ୟପ ଜଣଙ୍କ ସେହି ବୃଦ୍ଧା କୁ ମଧ୍ୟ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ବର୍ଷର ପୁଅ ସହ ପଡୋଶୀ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା ।

ଏହାଦେଖି ଗ୍ରାମବାସୀ ମାନେ ମଦ୍ୟପ ରାଧେ ହାତରୁ କଟୁରୀ ଛଡାଇ ହତ୍ୟାକାରୀ କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ । ବୃଦ୍ଧା ଜନାଇ ସାନ୍ତା ଙ୍କ ପୁଅ ସୀମାଞ୍ଚଳ ସାନ୍ତା ଏନେଇ ମୈଦଲପୁର ଥାନା ରେ ଏତଲା ଦାୟର କରିଥିଲେ । ଏତଲା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ କୁ ଜବତ କରି ହତ୍ୟାକାରୀ ରାଧେ କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।