Onn 3

ସରକାରୀ ବାଳିକା ହାଇସ୍କୁଲରେ ବିଜ୍ଞାନ ମେଳା, କିରଣବାଳାଙ୍କ ରେଳ ଦୁର୍ଘଟଣା ସୁରକ୍ଷା ଶ୍ରେଷ୍ଠ ପ୍ରକଳ୍ପ

State

ଆଗରପଡ଼ା:ଆଗରପଡ଼ା ସରକାରୀ ବାଳିକା ହାଇସ୍ଖୁଲରେ ଆୟୋଜିତ ବିଜ୍ଞାନ ମେଳାରେ ସ୍ଥାନ ପାଇଥିବା ବିଭିନ୍ନ ପ୍ରକାରର ୫୦ ଗୋଟି ପ୍ରକଳ୍ପ ମଧ୍ୟରୁ ଛାତ୍ରୀ କିରଣବାଳା ସାହୁଙ୍କ ‘ରେଳ ଦୁର୍ଘଟଣା ସୁରକ୍ଷା’ପ୍ରକଳ୍ଫ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଅରସ୍ମିତା ଜେନା ଓ ମନସ୍ମିତା ରାଉତଙ୍କ ପ୍ରକଳ୍ପ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି ।

ଏହି ମେଳାରେ ବିଚାରକ ଭାବେ ଜୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ବିଜ୍ଞାନ ଶିକ୍ଷକ ଗୋକୁଳାନନ୍ଦ ବେହେରା ଓ ବାଲିପୋଖରୀ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସୁଶାନ୍ତ ଜେନା ପ୍ରମୂଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ବିିପିନ ବିହାରୀ ପାଢୀଙ୍କ ତତ୍ୱାବଧାନରେ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପଣ୍ଡା ଓ ବନଜିନି ନାୟକ ଏହାକୁ ପରିଚାଳନା କରିଥିବା ବେଳେ ଶିକ୍ଷକ/ଶିକ୍ଷୟିତ୍ରୀ ଅଜିତ ରାଉଳ,ଭୀମସେନ ପାଳ,ପ୍ରମୋଦିନୀ ସାହୁ,ରଂଜିତା ସିଅଳ,ସାବିତ୍ରୀ ଦାସ ଓ କର୍ମଚାରୀ ଷ୍ଟାଲିନ ପାଣିଗ୍ରାହୀ,ବଳରାମ ସେଠୀ ଏବଂ ମହେଶ୍ୱର ଜେନା ପ୍ରମୁଖ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।