Defult onn2

ଶିକ୍ଷାବିତ ଅଜିତ ରାଉଳଙ୍କୁ ଡ଼ଃ ମହତାବ ସମ୍ମାନ

State

ଆଗରପଡ଼ା:ସ୍ଥାନୀୟ ଏ÷ତିହାସିକ ଗାନ୍ଧୀ କର୍ମମନ୍ଦିର ଠାରେ ଆଯୋଜିତ ଜିଲ୍ଲା ସ୍ତରୀୟ ମହତାବ ଜୟନ୍ତୀରେ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବ ସମ୍ମାନ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ସହକାରୀ ଶିକ୍ଷକ ଅଜିତ ରାଉଳଙ୍କୁ ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ,ସିନେ ତାରକା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି,ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ପ୍ରମୁଖଙ୍କ ଉପସ୍ଥିତିରେ ସେ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ ।