Onn 3

କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା ବିଜେଡିରେ ସାମିଲ

Politics State

 

f323ebf9-4a8f-43de-991e-61e23c15cc87-750x430

ଭୁବନେଶ୍ଵର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକା ପ୍ରମୁଖ ଦଳୀୟ ନେତା ସେଠାରେ ଉପସ୍ଥିତ ଥିଲେ ।

୨୦୧୯ରେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ ତ୍ରିପୁରାରୀ । ବିଜେପିର କାର୍ଯ୍ୟଶୈଳୀ ବଦଳୁଥିବା ଦେଖି ସେଥିରେ ସେ ଅତିଷ୍ଠ ହୋଇ ବିଜେପି ଛାଡି ନିଜ ପୁରୁଣା ଦଳ ବିଜେଡିକୁ ଫେରିଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ପୁନର୍ବାର ବିଜେଡିକୁ ଫେରିଆସିଲି ବୋଲି କହିଛନ୍ତି ତ୍ରିପୁରାରୀ ଗରଡା ।

ବିଜେଡି ପକ୍ଷରୁ ତ୍ରିପୁରାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ଶ୍ରୀ ଗରଡାଙ୍କ ଏହା ହେଉଛି ଘରବାହୁଡା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷକରି କୋରାପୁଟ ନିର୍ବାଚନ ମଣ୍ଡଳିରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।