Nishi

ନିଶିପଦ୍ମା ନନ୍ଦଙ୍କ ଶିକ୍ଷାରେ ପିଏଚ. ଡି. ଲାଭ

State

ଭୁବନେଶ୍ବର : ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, କେନ୍ଦ୍ରାପଡ଼ାର ଶିକ୍ଷକ ପ୍ରଶିକ୍ଷିକା ନିଶିପଦ୍ମା ନନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟରୁ Inclusion through Right To Education: Perception of Stakeholders and Practices at Elementary Level Schools of Odisha ଶୀର୍ଷକରେ ଗବେଷଣାକରି ସମ୍ମାନଜନକ ପିଏଚ. ଡି.(ଡକ୍ଟରେଟ୍) ଲାଭ କରିଛନ୍ତି।

ତାଙ୍କ ଗବେଷଣା ସନ୍ଦର୍ଭଟି କଲିକତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟର ଶିକ୍ଷାବିଭାଗର ବିଭାଗୀୟ ମୁଖ୍ୟ ଓ ପ୍ରାଧ୍ୟାପକ ବିଷ୍ଣୁପଦ ନନ୍ଦ, ପଶ୍ଚିମବଙ୍ଗ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଓ ପ୍ରାଧ୍ୟାପକ ଅଭିଜିତ କୁମାର ପାଲ୍ ଙ୍କ ଦ୍ୱାରା ତଥା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନ.ସି. ଇ. ଆର. ଟି, ଭୁବନେଶ୍ୱରର ପ୍ରାଧ୍ୟାପକମାନଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି।

ନିଶିପଦ୍ମା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନ.ସି. ଇ. ଆର. ଟି, ଭୁବନେଶ୍ୱରର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଓ ପ୍ରାଧ୍ୟାପକ ଲକ୍ଷ୍ମୀଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ। ତାଙ୍କର ଏହି ଗବେଷଣା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ସେ କଟକ ଜିଲ୍ଲା ଓରତି ଗ୍ରାମ ନିବାସୀ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୀରବର ନନ୍ଦଙ୍କ ପୌତ୍ରୀ, ଅବସର ପ୍ରାପ୍ତଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ନନ୍ଦ ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ତ୍ରିପାଠୀଙ୍କ ଜ୍ୟେଷ୍ଠାକନ୍ୟା ତଥା କୁଳିଆଗ୍ରାମ ନିବାସୀ ଅବସରପ୍ରାପ୍ତ ବିଦ୍ୟାଳୟ ପରିଦର୍ଶକ ଶ୍ରୀଯୁକ୍ତ ବାମଦେବ କର ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତି ରତ୍ନପ୍ରଭା ଆଚାର୍ଯ୍ୟଙ୍କ ଜ୍ୟେଷ୍ଠବଧୂ ଓ ଆର୍ଦ୍ରଭୂମି ବିଶେଷଜ୍ଞ ତୁହିନାଂଶୁ କରଙ୍କର ଧର୍ମପତ୍ନୀ ଅଟନ୍ତି।

ସେ ନିଜର ଏହି ସଫଳତାର ସମସ୍ତ ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ମାର୍ଗଦର୍ଶକ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ସହ ନିଜର ପିତାମାତା, ଶାଶୁଶ୍ଵଶୁର, RIEର ଶିକ୍ଷା ବିଭାଗର ସମସ୍ତ ପ୍ରାଧ୍ୟାପକ, ସ୍ବାମୀ, ବନ୍ଧୁ, ପରିବାରବର୍ଗ ଓ ସହକର୍ମୀମାନଙ୍କୁ ଅର୍ପଣ କରିଛନ୍ତି।