Onn 3

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା ଗିରଫ

Crime State

 

Capture-750x430-1

ଭୁବନେଶ୍ଵର: ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା । ଦୀର୍ଘ ୨୩ ଦିନ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ନିଖିଲ ଘୁଗୁନି ସସ୍ମିତାଙ୍କ ଜଳଖିଆ ଦୋକାନକୁ ଖାଇବାକୁ ଆସିଥିଲେ । ଘୁଗୁନି ଖାଉଥିବା ବେଳେ ବାରମ୍ବାର ନିଖିଲ ଘୁଗୁନି ମାଗିଥିଲେ । ଏନେଇ ସସ୍ମିତା ଏବଂ ନିଖିଲଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମନରେ ରାଗ ରଖିଥିବା ମିଥୁନ ଗତ ୬ ତାରିଖରେ ଆସି ସସ୍ମିତାଙ୍କୁ ଛୁରୀ ଭୁସି ଦେଇଥିଲେ । ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଅବସ୍ଥାରେ ଗତ ୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡର ତଦନ୍ତ ପରେ ସ୍ଥାନୀୟ ଅଞ୍ଚଳର ନିଖିଲ ଜେନାକୁ ପୋଲିସ ଗିରଫ କରିଛି ।