Onn 3

ମୟୁରଭଞ୍ଜ ରେ ମଣିପୁର ସଂହତି ଦିବସ ପାଳିତ

State

ବାରିପଦା: ମଣିପୁର ରେ ସାମ୍ପ୍ରଦାୟିକ ହିଂସା, ବ୍ୟକ୍ତି ସ୍ୱାଧିନତାର ହତ୍ୟା , ମହିଳା ମାନଙ୍କର ଆତ୍ମ ସମ୍ମାନ , ସଂସ୍କୃତି ଏବଂ ମାନବ ସଭ୍ୟତାର ଚରମ ବିରୋଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି , ମୟୁରଭଞ୍ଜ ଜିଲା ପରିଷଦ ପକ୍ଷରୁ ମୟୁରଭଞ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସି,ଆଇ,ଟି,ୟୁ ଜିଲା ସଂପାଦକ ସାଥି ଅମଲ ଦେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ୱ ସମୟ ଧରି ମଣିପୁର ଦଙ୍ଗା ରେ ଶତାଧିକ ଲୋକ ଙ୍କ ମୃତ୍ୟୁ , ସହସ୍ରାଧିକ ଗୃହ ଦାହ , ପାଖାପାଖି ଷାଠିଏ ହଜାର ବାସଚ୍ୟୁତ ଜନତା ଶରଣାର୍ଥୀ ଶିବିରରେ ଥିବାବେଳେ ମଇ ୪ ତାରିଖରେ ବିଭତ୍ସ , ନାରକୀୟ , ବର୍ବର ସର୍ବସମ୍‌ୁଖରେ ମହିଳା ଙ୍କୁ ଗଣ ଦୁଷ୍କର୍ମ ଉଲଗ୍ନ ପ୍ୟାରେଡ ଚିତ୍ର ଆଗକୁ ଆସିଲାପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ମଣିପୁର ର ବିଜେପି ସରକାର ମାନବିକତାର ସମସ୍ତ ସୀମା ଉଲଙ୍ଘନ ଚାଲିବା ଅସାମ୍ବାଧାନିକ ଓ ଅଗଣାତାନ୍ତ୍ରିକ । କେବଳ ମଣିପୁର ରେ ନୁହେଁ ମୋଦୀ ଙ୍କ ଦେଶ ବିଶ୍ୱ ଦରବାରରେ ଲଙ୍ଗଳା ହୋଇଯାଇଅଛି ।

ଉଭୟ କେନ୍ଦ୍ର ଓ ମଣିପୁରର ସରକାର ସମ୍ବିଧାନକୁ ହେୟ ମନେକରି ଓ ମୈାନ ରହି କଷ୍ଟଲବ୍ଧ ସ୍ୱାଧୀନ ଦେଶ ଭାରତର ବିଭିନ୍ନତା ମଧ୍ୟରେ ଏକତା ଉପରେ ପ୍ରାୟୋଜିତ ହିଂସା , ଘୃଣା , ବିଭତ୍ସତା , ବର୍ବରତା ସୃଷ୍ଟି କରି ମଣିପୁର ସହ ଦେଶ ଜଳୁଥିବାର ଘୃଣ୍ୟ ଦୃଶ୍ୟ କୁ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ , ଜାତୀୟ ମହିଳା କମିଶନ , କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉପଭୋଗ କରୁଛନ୍ତି ବୋଲି ସି.ପି.ଆଇ ଜିଲା ସଂପାଦକ ସାଥି ଜଗବନ୍ଧୁ ମିଶ୍ର ଅଭିଯୋଗ କରିବା ସହ ମଣିପୁର ଜନଗଣ ଙ୍କ ସହ ଜିଲା ପାର୍ଟି ପକ୍ଷରୁ ସଂହତି ଜଣାଇଛନ୍ତି । ମଣିପୁର ସରକାର କୁ ବରଖାସ୍ତ କରିବା କୁ ଦାବୀ କରାଯାଇଅଛି । ଘଟଣାର ୭୭ ଦିନ ବିତିଗଲା ପରେ ଭାରତ ବର୍ଷ ର ସର୍ବୋଛ ନ୍ୟାୟାଳୟ ପ୍ରଧାନ ବିଚାରପତି ଡି.ଓାଇ ଚନ୍ଦ୍ରଚୁଡ ଙ୍କ ହସ୍ତକ୍ଷେପ ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ରାଜନୈତିକ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ ଉକ୍ତ ବିକ୍ଷୋଭ ସଭାରେ ସି. ପି.ଏମ ର ଜିଲା ସଂପାଦକ ରବି ଗୋସ୍ୱାମୀ , ସି.ଆଇ.ଟିୟୁ ର କୋଷାଧକ୍ଷ ଓ ମୋଟର କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା , ସି.ପି.ଆଇ ର ଜିଲା ସଂପାଦକ ଜଗବନ୍ଧୁ ମିଶ୍ର , ଜିଲା କମିଟି ସଦସ୍ୟ ବଳରାମ ମୁର୍ମୁ ଓ ବଳରାମ ମାଝି ପ୍ରମୁଖ ନିଜ ନିଜ ବ୍ୟକ୍ତବ୍ୟ ରେ କେନ୍ଦ୍ର ସରେକାର ଙ୍କୁ ସମାଲୋଚନା କରିଥିଲେ । ସି.ଆଇ.ଟି ୟ ୁର ଜିଲା ଉପସଭାପତି କୁଞଲତା ମହାନ୍ତ ସଭାକୁ ପରିଚାଳନା କରିଥିଲେ ।

ସି.ଆଇ.ଟିୟୁ ର ଓଡିଶା ମୋଟର କର୍ମଚାରୀ ସଂଘର ମନୋରଞନ ପରିଡା , ଗଙ୍ଗଧର ସାମଲ , ଅଶୋକ ଭଞଦେଓ , ସୁବାସ ଚନ୍ଦ୍ର ତ୍ରିପାଠୀ , ବିଏସଏନଏଲ ର କ୍ଷିତିଶ ଚନ୍ଦ୍ର ସାସମଲ , ଶକ୍ତିପଦ ସାହୁ , ଯୋଗେନ ବିନ୍ଧାଣୀ , ଆଦିକନ୍ଦ ସେନାପତି , ମାଧନ୍ନ୍ ଭୋଜନ କର୍ମଚାରୀ ସଂଘର ମାଳତୀ ମହାନ୍ତ ,ଆରତୀ ମହାନ୍ତ , ସାରଥି ସିଂ , ମାନୀ ମାଝୀ , ଦମୟନ୍ତି ମହାନ୍ତ , ରେଣୁ ମହାନ୍ତ , ରୁନୁ ମାହନ୍ତ , କାଲୁ ଦେହୁରୀ , ଦମୟନ୍ତି ନାୟକ , ଗୀତା ପଣ୍ଡିତ , ଜୟମୁନୀ ମହାନ୍ତ , ଆରତୀ ସାହୁ , ଚଞ୍ଚଲା ବେଶ୍ରା , ଲକ୍ଷ୍ମୀ ସୋରେନ , ଯମୁନା ମୁର୍ମୁ , ବିରଞ୍ଚି ସିଂ , ଶ୍ରୀକାନ୍ତ ସାମଲ , ମହେଶ୍ୱର ବେହେରା , ସୁଦର୍ଶନ ରାହୁଲ ,ଚନ୍ଦନ ସିଂ , ରଥ ସିଂ , ସୁନୀତା ଦେହୁରୀ , ପାନମଣି ମୁର୍ମୁ , ରତ୍ନମଣି ରଣା , ଦମୟନ୍ତୀ ନାଏକ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ଉକ୍ତ ସଭାରେ ଉପସ୍ଥିତଥିଲେ ।