Onn 3

ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱିକୃତି ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

State

ବାରିପଦା: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୁରଭଞ ଜିଲା ଗସ୍ତରେ ଆସି ବାରିପଦା ଠାରେ ଏକ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେଇ କୁଳିଅଣା ବ୍ଲକ ପାଣିଜିଆ ଗ୍ରାମଠାରେ ନିର୍ମିତ ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟକୁ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଭାରତ ମୁଣ୍ଡା ସମାଜର ୬ ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଜରିଆରେ ପ୍ରଦାନ କରଥିଲେ । ଏହି ପ୍ରତିନିଧି ଦଳ ମୁଣ୍ଡା ସମାଜର ସମସ୍ୟା ନେଇ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ତାମୁଡିଆ ମୁଣ୍ଡା ଓ ତାମୁଡିଆ ଭୁମିଜ ମାନଙ୍କୁ ଏସ ୍ ଟି ଭାବେ ତାଲିକା ଭୁକ୍ତ କରିବା ଦାବୀକୁ ଦୋହରାଇଥିଲେ ।

ଭାରତ ବର୍ଷରେ ବସବାସ କରୁଥିବା ୧ କୋଟି ରୁ ଉର୍ଦ୍ଦ ମୁଣ୍ଡା ଓ ଭୁମିଜ ଜାତି ହେଉଛନ୍ତି ଅତି ପ୍ରାଚୀନ ଓ ମୁଳ ଆଦିବାସୀ ଅଟନ୍ତି ଓ ତାଙ୍କର ମାତୃଭାଷା ମୁଣ୍ଡାରୀ ଭାଷା ଅଟେ । ମୁଣ୍ଡାରୀ ଭାଷା ର ଅଭିଧାନ କୁ ଏ ନ ୍ ସାଇ କ୍ଲୋପେଡିଆ ମୁଣ୍ଡାରିକା କୁହାଯାଏ । ବ୍ରିଡିଶ ଶାସନ ବିରୁଦ୍ଧରେ ଲଢେଇ କରିଥିବା ବିଶିଷ୍ଟ ଜନନାୟକ ସହିଦ ବିର୍ସା ମୁଣ୍ଡାଙ୍କ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତଭୁକ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ପ୍ରତିନିଧି ଦଳ ଦୃଢ ଭାବେ ଦାବୀ କରିଛନ୍ତି । ଏହି ପ୍ରତିନିଧି ଦଳରେ ଭାରତ ମୁଣ୍ଡା ସମାଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂହ , ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ର ନାଥ ସିଂହ, ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂହ , କୋଷାଧ୍ୟକ୍ଷ ବାଇଧର ସିଂହ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ ଓ ଯୁବ କମିଟିର ଅଧ୍ୟକ୍ଷ ସବରନ ସିଂ ଉପସ୍ଥିତ ଥିଲେ ।