Onn 3

ସମାଜସେବୀ ଜଗନ୍ନାଥ ପଟ୍ଟନାୟକ ଙ୍କ ଦେହାନ୍ତ

State

ବାରିପଦା: ବାରିପଦା ସହରର କେଏମବିଏମ ସାହିର ଜଗନ୍ନାଥ ପଟ୍ଟନାୟକ ଙ୍କ ଶୁକ୍ରବାର ରାତ୍ର ସମୟରେ ତାଙ୍କ ବାସଭବନରେ ଦେହାନ୍ତ ଘଟିଅଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ୧୯୪୦ ମସିହା ଜୁଲାଇ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିବାବେଳେ ରାଇରଙ୍ଗପୁର ଠାରେ ପ୍ରାଥମିକ ଶିକ୍ଷା ପରେ ବାରିପଦାଠାରେ ଉଛ ଶିକ୍ଷା ଲାଭ କରି ସାଉଥ ଇଷ୍ଟନ୍ନ ରେଲେଓ ରେ ଜଣେ ଫିଟର ଭାବେ ବାକିରି ଆରମ୍ଭ କରିଥିଲେ । ୨୦୦୦ ମସିହା ମେ ମାସ ୩୧ ତାରିଖରେ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ । ସିଏ ଜଣେ ପରୋପକାରୀ , ମେଳାପୀ ଓ ସମାଜସେବୀ ଥିଲେ ।

କେଏମବିଏମ ସାହିସ୍ଥିତ କାଳୀପୂଜା ଏବଂ ଜଗର୍ଦ୍ଧାତ୍ରୀ ପୁଜା ର ପ୍ରତିଷ୍ଠାତା ସଦସ୍ୟ ରହିଥିବାବେଳେ ବାରିପଦା ଅର୍ବାନ କୋ ଅପାରେଟିଭ ବ୍ୟାଙ୍କର ପ୍ରାଥମିକ ସେୟାର ହୋଲ ରେ ସଦସ୍ୟ ଥିଲେ । ସିଏ ଜଣେ ପୁସ୍ତକ ପ୍ରେମୀ ଥିଲେ । ବିଶେଷକରି ସିଏ ମୟୁରଭଞ ର ଇତିହାସ କୁ ନେଇ ଅନେକ ପୁସ୍ତକ ପଢିବା ସହ ବିଭିନ୍ନ ଆଲୋଚନାରେ ଭାଗ ନେଉଥିଲେ । ମୃତ୍ୟୁ ବେଳକୁ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ  ,ଝିଅ ଜ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତଥିଲେ । ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ବଡପୁଅ ରଜତ ପଟ୍ଟନାୟକ ମୁଖାଗ୍ନି ଦେବାସହ ସ୍ଥାନୀୟ ବାରୁଣୀଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।