Onn 3

କାଣ୍ଡବା ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ବିଜ୍ଞାନମେଳା

State

ଆଗରପଡ଼ା: ବନ୍ତ ବ୍ଲକ ଗୋପିନାଥପୁର କ୍ଲଷ୍ଟର ଅଧିନସ୍ଥ କାଣ୍ଡବା ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟ ବାର୍ଷିକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଗୋନିନାଥପୁର ଆଂଚଳିତ ସାଧନକେନ୍ଦ୍ର ସଂଯୋଜକ ବିକ୍ରମ କେଶରୀ ପାଲ,ନରାଜପୁର ଆଂଚଳିତ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ ପଲେଇ,କାଦବରାଙ୍ଗ ଆଂଚଳିତ ସାଧନକେନ୍ଦ୍ର ସଂଯୋଜକ ମନୋଜ ରାଉଳ ଏବଂ ସନ୍ଦାଡ଼ୋ ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସମୀକ୍ଷା ପ୍ରସାଦ ରାଉତ ପ୍ରମୁଖ ଯୋଗେଦେଇ ଉକ୍ତ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟ ପରାମର୍ଶଦାତା କମିଟି ସଭାପତି ରବିନ୍ଦ୍ର ଆଇଚଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜ୍ଞାନର ଅଗ୍ରଗତି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ ।

ପ୍ରଧାନ ଶିକ୍ଷୟିତ୍ରୀ ପଙ୍କଜିନୀ ଶତ୍‌ପଥୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଧାଂଶୁ ଶେଖର ଜେନା ଓ ଶିକ୍ଷୟିତ୍ରୀ ରେବତୀ ଦାସ ବିଜ୍ଞାନମେଳା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରୀତାରାଣୀ ପରିଡ଼ା,କୁମୁଦିନୀ ବାରିକ୍‌୍‌,ସୁଜାତା ଖମାରୀ,ବୈଜୟନ୍ତୀ ଦାଶ,ଅଭିରାମ ଜେନା,ସଂଜିବ ଶତ୍‌ପଥୀ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ;ର ସହଯୋଗ କରିଥିଲେ । ଉକ୍ତ ମେଳାରେ ବିଭିନ୍ନ ପ୍ରକାରର ୫୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଉକ୍ତ ପ୍ରକଳ୍ପ ମଧ୍ୟରୁ ୭ମ ଶ୍ରେଣୀ ଛାତ୍ର ରାହୁଲ ବେହେରାଙ୍କ ‘ଅନ୍ଧ ଓ ଶ୍ରବଣ ବିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସତର୍କ ଘଣ୍ଟିର ସୂଚନା’ ପ୍ରକଳ୍ପ ୧ମ ସ୍ଥାନ ଅଧିକାର କରିଥିବା ବେଳେ,୫ମ ଶ୍ରେଣୀ ଛାତ୍ରୀ ପ୍ରତିଜ୍ଞା ପତିଙ୍କ ‘ଅଙ୍ଗାରକମୁକ୍ତ ସହର’ ପ୍ରକଳ୍ପ ଏବଂ ୮ମ ଶ୍ରେଣୀ ଛାତ୍ର ଆଦିତ୍ୟ ଜେନାଙ୍କ ପ୍ରକଳ୍ପ ‘ସୋଲାର ସିଷ୍ଟମ’ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲା ।

Photo1 for the News of Science Exhibition