Onn 3

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି, କଳା ଉତ୍ସବ ଓ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲା ଛାତ୍ରଛାତ୍ରୀଙ୍କ କୃତିତ୍ଵ

State

ବାରିପଦା: ଚଳିତ ବର୍ଷ ନଭେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସ୍ଥିତ ୟୁନିଟ- ୯, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ର ବିଭିନ୍ନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ, କୁଇଜ ବରିଷ୍ଠ (ଏକାଦଶ ରୁ ଦ୍ଵାଦଶ) ବିଭାଗରେ ଦୀପକ କୁମାର ଗିରି, ମହାରାଜା  ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ ଓ ମଧ୍ୟାହ୍ନ ଭୋଜନ ଶିଳ୍ପକଳା ବିଭାଗରେ ଜ୍ୟୋତିକ୍ରୀଷ୍ଣା ମହାକୁଡ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଠଣଗାଁ, ଉଦଳା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ଭୁବନେଶ୍ଵର ସ୍ଥିତ ୟୁନିଟ- ୬, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ‘କଳା ଉତ୍ସବ-୨୦୨୩’ ପ୍ରତିଯୋଗିତାର ଦୃଶ୍ୟ କଳା (3D Art) ବାଳିକା ବିଭାଗରେ  ସ୍ନେହା ବିନ୍ଧାଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବାଦଡ।, କୁସୁମୀ ପ୍ରଥମ ସ୍ଥାନ, ପାରମ୍ପରିକ ଲୋକ ସଙ୍ଗୀତ (Music-Traditional Folk) ବାଳିକା ବିଭାଗରେ ସୋନାଲୀ ସୋନ।ଲିକା ବାରିକ, ଓଡିଶା ଆଦର୍ଶ ବିଦ୍ୟାଳୟ, ରରୁଆଁ ତୃତୀୟ ସ୍ଥାନ, ବାଦ୍ୟ ସଙ୍ଗୀତ (ପର୍କ୍ୟୁସିଭ) ବାଳିକା ବିଭାଗରେ ବାସନ୍ତୀ ମୁର୍ମୁ, ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ, ବାଦାମପାହାଡ, କୁସୁମୀ ତୃତୀୟ ସ୍ଥାନ ଓ ଲୋକନୃତ୍ୟ ବାଳକ ବିଭାଗରେ ପ୍ରସନ୍ନ କୁମାର ମହାନ୍ତ, ଓଡିଶା ଆଦର୍ଶ ବିଦ୍ୟାଳୟ, ମୋରଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।