Onn 3

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

Crime State

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର।

ସୂଚନା ଅନୁସାରେ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ସୌରୀନ । ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଇଛନ୍ତି ହାଇକୋର୍ଟ । ସେପଟେ କମିଶନରେଟ ପୋଲିସ କହିଛି ଯେ, ଗତ ୨୫ ତାରିଖରୁ ସୌରୀନଙ୍କ ଫୋନ ସ୍ୱିଚ ଅଫ ଥିବାବେଳେ ବର୍ତ୍ତମାନ ସୌରିନକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଲକାତା ଓ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଖୋଜିବ ଏହି ଟିମ ।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ସୌରିନ ସେହି ମହିଳାଙ୍କ ଠାରୁ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୋଲିସ୍‌ । ଥାନାରେ ହାଜର ହେବା ପାଇଁ ପୋଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନଥିଲେ। ଏମିତିକି ପୋଲିସର ଏକ ଟିମ୍ କୋଲକାତା ସ୍ଥିତ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସୌରିନ ସେଠାରେ ନଥିଲେ । ପରେ ହାଇକୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ଆଣିଥିଲେ ସୌରିନ । ଏହା ସହ ଆଗୁଆ ଜାମିନ ଆବେଦନ କରିଥିଲେ।