ଉତ୍ତରାଖଣ୍ଡରେ ହୋଇଥିବା ଟନେଲ ଟ୍ରେଜେଡିକୁ ଆଜି ୫ଦିନ ବିତିଲା । ସ୍ତ୍ରୀ ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତେ ଅନିଶ୍ଚିତତା ମଧ୍ୟରେ । ଏପରିକି ସମସ୍ତଙ୍କ ମନ ଆଶା ଆଶଙ୍କାରେ ।ମାଟି ଫଶି ହୋଇ ରହିଥିବା ସ୍ୱାମୀ କେବେ ସୁରକ୍ଷିତ ଘରକୁ ଫେରିବ ।
ଏବେ ଭଗବାନ ଏକମାତ୍ର ଭରସା । ବିଶ୍ୱେଶ୍ୱରଙ୍କ ଶୁଭ ମନାସି ଆଜି ବାବା ଝାଡେଶ୍ବରଙ୍କ ନିକଟରେ ଶରଣ ପଶିଛନ୍ତି ସ୍ତ୍ରୀ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ । ବିଶ୍ୱେଶ୍ୱର ନାଏକଙ୍କ ପତ୍ନୀ, ସମ୍ପର୍କୀୟ ଆଜି ଗାଁ ଶିବ ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ଉତ୍ତରାଖଣ୍ଡ ଟନେଲ ଟ୍ରେଜେଡିରେ ଚାଳିଶ ଜଣ ଶ୍ରମିକ ଫଶି ରହିଥିବା ବେଳେ ସେଥି ମଧ୍ୟରେ ରହିଛନ୍ତି ପାଞ୍ଚ ଜଣ ଓଡ଼ିଆ ଓ ୩ଜଣ ମୟୁରଭଂଜର ଯୁବକ । ବିଶ୍ୱଶ୍ୱର ନାଏକ, ଧୀରେନ ନାଏକ ଓ ରାଜୁ ନାଏକ ତିନିଜଣ ନିଜ ନିଜ ସମ୍ପର୍କୀୟ ହୋଇଥିବା ବେଳେ ସମସ୍ତଙ୍କ ପରିବାର ବର୍ଗ ଏବେ ଚାହିଁ ବସିଛନ୍ତି , କେବେ ଘରକୁ ସୁରକ୍ଷିତ ଫେରିବେ ଏହି ତିନିଜଣ । ସେ ନେଇ ସରକାରଙ୍କୁ ଗୁହାରି କରିଛନ୍ତି ଆତ୍ମୀୟ ସ୍ଵଜନ ।