Onn 3

‘ଇକମ୍‌’ ଏବଂ ‘ଇନଷ୍ଟା ଇଏମ୍‌ଆଇ କାର୍ଡ’ ମାଧ୍ୟମରେ ଋଣ ପ୍ରଦାନ ବନ୍ଦ କରିବାକୁ ବଜାଜ ଫାଇନାନ୍‌ସକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

National & International

 

faes

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ବଜାଜ ଫାଇନାନ୍‌ସକୁ ଏହାର ‘ଇକମ୍‌’ ଏବଂ ‘ଇନଷ୍ଟା ଇଏମ୍‌ଆଇ କାର୍ଡ’ ଅଧୀନରେ ଋଣ ମଞ୍ଜୁର ଓ ବିତରଣକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ଧାରା ୪୫ଏଲ(୧)(ବି) ଅଧୀନରେ ଥିବା କ୍ଷମତାର ବ୍ୟବହାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଦୁଇଟି ଋଣ ପ୍ରଦାନକାରୀ ଉତ୍ପାଦ ‘ଇକମ୍‌’ ଏବଂ ‘ଇନଷ୍ଟା ଇଏମ୍‌ଆଇ କାର୍ଡ’ ଅଧୀନରେ ଋଣ ମଞ୍ଜୁର ଓ ବିତରଣ ବନ୍ଦ କରିବାକୁ ବଜାଜ ଫାଇନାନ୍‌ସ ଲିମିଟେଡ୍‌କୁ ନିର୍ଦ୍ଦେଶ ଦେଇଛି।

କମ୍ପାନି ଡିଜିଟାଲ ଋଣ ନିର୍ଦ୍ଦେଶାବଳୀକୁ ପାଳନ ନ କରିବା, ବିଶେଷକରି ଋଣଧାରୀଙ୍କ ତଥ୍ୟ ବିବରଣୀକୁ ବାଦ୍‌ ଦେବା ଏବଂ ଅନ୍ୟ ଡିଜିଟାଲ ଋଣ ପାଇଁ ଜାରି କରାଯାଇଥିବା ତ୍ରୁଟି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ଋଣ ନିର୍ଦ୍ଦେଶାବଳୀର ପ୍ରଚଳିତ ବ୍ୟବସ୍ଥାକୁ କମ୍ପାନି ପାଳନ ନକରିବା, ବିଶେଷ କରି ଏହି ଦୁଇଟି ଋଣ ଉତ୍ପାଦ ଅଧୀନରେ ଋଣଧାରୀଙ୍କୁ ‘କି ଫ୍ୟାକ୍ଟ ଷ୍ଟେଟମେଣ୍ଟ’ ଜାରି ନକରିବା ଏବଂ କମ୍ପାନି ଦ୍ୱାରା ମଞ୍ଜୁର କରାଯାଇଥିବା ଅନ୍ୟ ଡିଜିଟାଲ ଋଣ ସମ୍ପର୍କରେ ଜାରି କରାଯାଇଥିବା କି ଫ୍ୟାକ୍ଟ ଷ୍ଟେଟମେଣ୍ଟରେ ତ୍ରୁଟି କାରଣରୁ ଏହି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିଲା ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଏସବୁ ସମସ୍ୟାର ସମାଧାନ ଏବଂ ଉକ୍ତ ତ୍ରୁଟିଗୁଡ଼ିକର ସଂଶୋଧନ ପରେ ଏହି କଟକଣା ଉପରେ ପୁନର୍ବିଚାର କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।