Onn 3

କାଳୀପୂଜା ପାଇଁ ଚଳଚଞ୍ଚଳ ଆରଗପଡ଼ା ଅଂଚଳ

State

ଆଗରପଡ଼ା : ପ୍ରସିଦ୍ଧ କାଳୀପୂଜା ପାଇଁ ଆଗରପଡ଼ା ଓ ତା ଆଖପାଖ ଅଂଚଳ ଚଳଚଞ୍ଚଳ ହୋଇଉଠିଛି । ଆଡ଼ିଆ ପଂଚାୟତ ଅନ୍ତର୍ଗତ ଅଡ଼ାଳପଙ୍କ ଠାରେ ପ୍ରାୟ ୪୦ବର୍ଷ ତଳେ ଆରମ୍ଭ ହୋଇଥିବା ପୂଜା କ୍ରମଶଃ ଅଧିକ ଆକର୍ଷଣୀୟ ହେବାରେ ଲାଗିଛି । ସନାତନ ମହାରଣା,ଜୟକୃଷ୍ଣ ନାୟକ,ନାରାୟଣ ଧଳ,ନିମାଁଇ ଚରଣ ବିଶ୍ୱାଳ,ଉମାକାନ୍ତ ପଣ୍ଡା,ବାବାଜୀ ମହାଳିକ ପ୍ରମୁଖ ଗ୍ରାମବାସୀଙ୍କ ଉଦ୍ୟମରେ ଏଠାରେ ଏହି ପୂଜା ଆରମ୍ଭ ହୋଇଥିଲା । ଏଥର ଆକର୍ଷଣୀୟ ତୋରଣ, ଆଲୋକମାଳା ସାଜସଜା ପାଇଁ ପ୍ରସ୍ତୁତି ଚାଲିଛି । ଅଡ଼ାଳପଙ୍କ ହାଇସ୍କୁଲ ନିକଟରେ ଦୀର୍ଘ ୨୫ବର୍ଷ ଧରି ମୃଣ୍ମୟ ମୂର୍ତ୍ତୀ ନିର୍ମାଣ କରୁଥିବା ଚାଇଁପୁର ନିବାସୀ ଜଳଧର ପରିଡ଼ା ଚଳିତ ବର୍ଷ ମଧ୍ୟ ଏଠାରେ ମୃଣ୍ମୟ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ପାଶ୍ୱର୍ମୂର୍ତ୍ତୀ ଭାବେ ରାମାୟଣରେ ବର୍ଣ୍ଣିତ ଚରିତ୍ର ଖୁବ୍ ଆକର୍ଷଣୀୟ ହୋଇଛି । ବର୍ତ୍ତମାନ ପାଶ୍ଚତ୍ୟ ଶୈଳୀକୁ ଅନୁକରଣ କରି ଧାର୍ମିକ ଅନୁଷ୍ଠାନ ମାନଙ୍କରେ ନାନାଦି ଅଶ୍ଲୀଳ ନୃତ୍ୟ ଆଦି ପ୍ରଦର୍ଶନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଯାହାକି ଶ୍ରଦ୍ଧାଳୁମାନଙ୍କ ମନରେ ଥିବା ଧର୍ମ ଭାବନାକୁ କୁଠାର ଘାତ ସଦୃଶ୍ୟ ହେଉଛି କିନ୍ତୁ ଏଠାରେ ବାଦୀ ପାଲା ପରିବେଷଣ କରାଯାଇଥାଏ ।

ଏଥର ମଧ୍ୟ ଓଡ଼ିଶାର ସୁନାମଧନ୍ୟ ଗାୟକ ସନାତନ ଦାସ ଓ ସଚିଦା ନନ୍ଦ ଦାସ ଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ କରାଯିବାର ସୂଚନା ମିଳିଛି । ଏହା ୪ ଦିନ ଧରି ଚାଲିବ । ଅନୁରୂପ ଭାବେ ଆଗରପଡ଼ା ଠାରେ ଇତିହାସ ବହନ କରୁଥିବା ବହୁ ପୁରାତନ କାଳୀପୂଜା ଉତ୍ସବ ପାଇଁ ଉକ୍ତ ଅଂଚଳ ଚଳଚଂଚଳ ହୋଇଉଠିଛି । ସ୍ଥାନୀୟ କଲେଜ ଛକ ଠାରେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ପୂଜା ହୋଇଆସୁଛି । ସ୍ୱର୍ଗତ କାଙ୍ଗାଳୀପତି, ସ୍ୱର୍ଗତ ମହେଶ୍ୱର ନନ୍ଦ ପ୍ରମୁଖ ଏହି ପୂଜା ଏଠାରେ ଆରମ୍ଭ କରିଥିଲେ । ଆକର୍ଷଣୀୟ ମୃଣ୍ମୟ କାଳୀଙ୍କ ମୂର୍ତ୍ତୀ,ପାଶ୍ୱର୍ମୂର୍ତ୍ତୀ ସାଙ୍ଗକୁ ତୋରଣମାନ ନିର୍ମାଣ ହୋଇଛି । ଅନୁରୂପଭାବେ କାଦବରାଙ୍ଗ ଅଞ୍ଚଳରେ କାଳୀପୂଜା ଉତ୍ସବ ଜୋରଦାର ପାଳିତ ହେଉଛି ।