Onn 3

ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ପାଇଁ ଜିଲ୍ଲା ସ୍ତରୀୟ ଚୟନ ଶିବିର

sports State

ବାରିପଦା : ଓଡିଶା ଆମେଚିଏର ବକ୍ସିଂ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ବକ୍ସିଂ ପ୍ରତିଯୋଗିତା ରାଉରକେଲା ଠାରେ ଅନୁଷ୍ଠିତ ହେବ I ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଇଛୁକ ପ୍ରତିଯୋଗୀ ମାନେ ୧୪ ତାରିଖ ଦିନ ବାରିପଦା ଷ୍ଟାଡିୟମରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ମାଧ୍ୟମରେ ପଞ୍ଜିକରଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ପଞ୍ଜିକରଣ ପରେ ସେହିଦିନ ଉପଯୁକ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯିବ I ପ୍ରତିଯୋଗୀ ମାନେ ନିଜର ପ୍ରକୃତ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ଦାଖଲ କରିବା ଆବଶ୍ୟକ I

ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କ ଜନ୍ମ ୦୧/୦୧/୧୯୮୩ ରୁ ୩୧/୧୨/୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ I ଏହି ଶିବିରରୁ ଚୟନ ହୋଇଥିବା ଉପଯୁକ୍ତ ବୋକ୍ସର ଚଳିତ ମାସ ୧୬ ଓ ୧୭ ତାରିଖରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I