Onn 3

ମା’ ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

Crime State

 

Odisha_1699783169-750x430

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।

ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୂଜକଙ୍କ ପାଖରେ କାମ କରୁଥିଲେ । ଲୁଟ ଉଦ୍ଦେଶ୍ୟରେ ସେମାନଙ୍କର ଅନ୍ୟ ୫ଜଣ ସହଯୋଗୀଙ୍କ ସହ ମିଶି ସେଦିନ ପୂଜକଙ୍କ ହାତଗୋଡ ବାନ୍ଧି ତାଙ୍କୁ ନିର୍ମମ ହତ୍ୟା କରିବା ପରେ ପୂଜକଙ୍କ ଘରେ ଥିବା ଟଙ୍କା ପଇସା, ସୁନା ଗହଣା ଆଦି ଚୋରି କରିନେଇଥିଲେ । ଏମାନଙ୍କ ଠାରୁ ପୁଲିସ୍‌ ପୂଜକ ରମେଶଙ୍କ ଘରୁ ଲୁଟ କରାଯାଇଥିବା ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ କରିଛି। ଲୁଟ କରିବା ହିଁ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ କହିଛି ।

ସୂଚନା ଯୋଗ୍ୟ ଯେ, ଗତ ୮ ତାରିଖରେ କୋରାପୁଟ ଜାତୀୟ ରାଜପଥ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ମନ୍ଦିର ପଛରେ ନିଜ ବାସଭବନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବାବେଳେ ହାତ ଗୋଡ଼ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା।