ତେବେ କଂଗ୍ରେସ ସମର୍ଥକମାନେ ବିଧାୟକଙ୍କ କାର ଯାଞ୍ଚ କରିବାକୁ ଜିଦ୍ ଧରିଥିଲେ। ଏହା ପରେ ବିଆରଏସ ସମର୍ଥକ ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ପ୍ରଥମେ ମୁଥ ମରାମରି ପରେ ଏହାପରେ ପରସ୍ପର ଉପରେ ପଥର ମାଡ କରିଥିଲେ । ଏହି ପଥର ମାଡ ସହ ବିଆରଏସ ବିଧାୟକଙ୍କ କାର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ତେବେ ଏହି ପଥର ମାଡ଼ରେ ବିଆରଏସ ବିଧାୟକ ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଲେଙ୍ଗାନା ମନ୍ତ୍ରୀ ତଥା ବିଆରଏସ ନେତା କେ.ଟି.ରାମା ରାଓ ଆପୋଲୋ ହସ୍ପିଟାଲରେ ପହଞ୍ଚି ଆହତ ବିଧାୟକ ଗୁଭାଲା ବାଲାରାଜୁଙ୍କୁ ଭେଟି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।