Onn 3

ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଦାୟିତ୍ବ ଛାଡ଼ିବା ପରେ କହିଲେ ଦିଲ୍ଳୀ ପରିବେଶ ମନ୍ତ୍ରୀ

National & International

Untitled-29-750x430

ନୂଆଦିଲ୍ଲୀ: ଦିଲ୍ଳୀ‌ରେ ଆଗକୁ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାକୁ ଥିବାବେଳେ ଏହାକୁ ଏବେ ମନା କରି ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ।  ଶୁକ୍ରବାର ଅପରାହ୍ନରେ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତା ଉପରେ ନିଷ୍ପତ୍ତି ନେବାକୁ ଆମ୍ ଆଦମୀ ପାର୍ଟି (ଆପ୍‌) ସରାକରଙ୍କ ଉପରେ ଛାଡ଼ିଦେବା ପରେ ପରିବେଶ ମନ୍ତ୍ରୀ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି।

ଏହି ସପ୍ତାହ ଆରମ୍ଭରେ ଦିଲ୍ଳୀର ବାୟୁ ଗୁଣବତ୍ତା ସଙ୍କଟ ହେତୁ ସରକାର ଯୁଗ୍ମ-ଅଯୁଗ୍ମ ସୂତ୍ର ପ୍ରୟୋଗର ସଫଳତାର ପ୍ରମାଣ ମାଗିଥିଲେ। ଯାହାର ଉତ୍ତରରେ ଏକ ଆଫିଡବିଟ୍‌ କରି ରାଜ୍ୟ ସରକାର ବିସ୍ତୃତ ଭାବେ କୋର୍ଟଙ୍କୁ ତାହାର ସକାରାତ୍ମକ ପକ୍ଷ ଦର୍ଶାଇଥିଲେ। ଆପଣ ଜାଣନ୍ତି ଯେ ଯୁଗ୍ମ-ଅଯୁଗ୍ମ ସୂତ୍ର ପଞ୍ଜୀକରଣ ନମ୍ବର ଉପରେ ଆଧାର କରି କେବଳ ପ୍ରାଇଭେଟ୍‌ ଗାଡ଼ି ଚାଳକଙ୍କ ଉପରେ ଦୀପାବଳି ପରଦିନ (ନଭେମ୍ବର ୧୩)ଠାରୁ ଲଗାଯିବାକୁ ଥିଲା। ହେଲେ ଏବେ ଆଉ ସେହି ସୂତ୍ର ଲାଗୁ ହେବନାହିଁ।

ଦିଲ୍ଲୀରେ ହେଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଳୀ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବେ ଏ ନେଇ ସୁପ୍ରିମ୍‌କେର୍ଟରେ ଏକ ଆଫିଡେବିଟ୍‌ ଦାୟର କରି ପ୍ରଦୂଷଣ ବିରୋଧୀ ଅଭିଯାନରେ ଯୁଗ୍ମ-ଅଯୁଗ୍ମ ସୂତ୍ରକୁ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିଥିଲେ।

ସେ ତାଙ୍କ ଆଫିଡେବିଟ୍‌ରେ ଯୁଗ୍ମ-ଅଯୁଗ୍ମ ସୂତ୍ରର ସକାରାତ୍ମକ ପକ୍ଷ ଦେଖିବାକୁ ମିଳୁଛି ବୋଲି କହିଥିଲେ। ସେ ଆହୁରି ବି କହିଥିଲେ ଯେ ‘‘ଏହି ସୂତ୍ର ଲାଗୁ ହେବା ପରଠାରୁ ଲୋକ ସାର୍ବଜନୀନ ଯାନବାହାନକୁ ବେଶି ବ୍ୟବହାର କରୁଛନ୍ତି। ରାସ୍ତାରେ ବ୍ୟକ୍ତିଗତ ଗାଡ଼ି ଖୁବ୍ କମ୍‌ ଦେଖିବାକୁ ମିଳୁଛି। ଫଳରେ ସଡ଼କ ବି ଜାମ୍‌ ହେଉନାହିଁ।’’

ଦିଲ୍ଳୀର ପ୍ରଦୂଷଣକୁ ନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଥିବାରୁ କେଜ୍ରିୱାଲ୍‌ ନିଜର ପକ୍ଷ ରଖିଥିଲେ। କେବଳ ସେତିକି ନୁହେଁ, ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବା ପରଠାରୁ ଇନ୍ଧନ ପ୍ରୟୋଗରେ ବି ୧୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିିଛି ବୋଲି ବି କେଜ୍ରିୱାଲ୍‌ ଦର୍ଶାଇଥିଲେ। ପୂର୍ବରୁ ସୁପ୍ରିମ୍‌କୋର୍ଟ ଦିଲ୍ଳୀର ପ୍ରଦୂଷଣକୁ ନେଇ କେଜ୍ରିୱାଲ୍‌ଙ୍କୁ ପ୍ରଶ୍ନ କରିଥିଲେ କି ସେ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି। ଯାହାର ଉତ୍ତରରେ କେଜ୍ରିୱାଲ୍‌ ଯୁଗ୍ମ-ଅଯୁଗ୍ମ କଥ‌ା କହିଥିଲେ।