Onn 3

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

State

bey-of-bengal

ଆସୁଛି ଲଘୁଚାପ । ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇପାରେ ସମ୍ଭାବ୍ୟ ଲଘୁଚାପ ।

ଏପଟେ ରାଜ୍ୟରେ ୧୫ରୁ ବଡ଼ ବର୍ଷା ସମ୍ଭାବନା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏବେ ଶୀତ ବଢ଼ିଛି । ଆସନ୍ତା ୧୪ ଯାଏ ପାଗ ଶୁଖିଲା ରହିବ ।

ଏପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଟ୍ରିପକାଲ ଡେଭଲପମେଣ୍ଟର ସମ୍ଭାବନା ରହିଛି । ପୂର୍ବ ଭାରତରୁ ବାଙ୍ଗଲାଦେଶ ଯାଏ ଏହାର ପ୍ରଭାବ ପଡ଼ିପାରେ ।