Onn 3

ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲ ବାରଣରୁ ଆତ୍ମହତ୍ୟା ସନ୍ଦେହ

Crime State

 

ref

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକରେ ଥିବା ଏକ ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ସ୍କୁଲର ଛାତ୍ରାବାସର ୧୦ମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି । ଛାତ୍ରଙ୍କ ଘର ଗଜପତି ଜିଲ୍ଲା ହୁମାରେ ହୋଇଥିବା ବେଳେ ସେ ଦଶମ ଶ୍ରେଣୀରେ ପଢୁଥିଲା । ଖବର ପାଇ ସଦର ଏସଡିପିଓ ଦିଲ୍ଲୀପ ଦାସ, ତହସିଲଦାର ବିଭାଷ ପାଣିଗ୍ରାହୀ, ଥାନାଧିକାରୀ ତାରିକ ଅହମ୍ମଦ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍କୁଲ ହତା ଭିତରେ ରବିବାରକୁ ଛାଡି ଅନ୍ୟ ଦିନଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ବ୍ୟବହାର ନକରିବାକୁ ନିୟମ ରହିଛି । ମାତ୍ର ମୃତ ଛାତ୍ର ଗୁରୁବାର ମୋବାଇଲ ବ୍ୟବହାର କରିଥିଲେ । ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବା ସହ ମୋବାଇଲକୁ ନେଇଯାଇଥିଲେ । ସେଥିପାଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି । ମୃତ ଛାତ୍ରଙ୍କୁ ମୋବାଇଲ ବ୍ୟବହାରକୁ ବାରଣ କରିଥିବା ସ୍କୁଲ ପ୍ରିନ୍ସିପାଲ ସ୍ବୀକାର କରିଛନ୍ତି । ତେବେ ପୋଲିସର ତଦନ୍ତ ପରେ ଛାତ୍ର ମୃତ୍ୟୁର କାରଣ ଜଣାପଡିବ ।