Onn 3

ଦୁଇ ପିଲାଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ସାବତ ମା’ ସହ ବାପା ଗିରଫ

Crime State

 

atg

ଆଠଗଡ଼: ଦୁଇ ପୁଅଝିଅଙ୍କୁ ମାଡ ଲହୁଲୁହାଣ କରିଥିବା ସାବତ ମା’ ଓ ବାପାଙ୍କୁ ଗିରଫ କରିଛି ପୋଲିସ । କୁନି କୁନି ୨ ପୁଅ ଝିଅଙ୍କ ବାନ୍ଧି ମାଡି ମାରିଥିଲେ । ଲହୁଲୁହାଣ କରିଥିଲେ । ଏହି ଖବର ମିଡିଆ ସାମ୍ନାକୁ ଆସିବା ପରେ ପିଲାଙ୍କ ନିଜ ମା’ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଠଗଡ ପୋଲିସ ବାପା ସୁନିଲ ନନ୍ଦ ଓ ସବାତ ମା’ ପୁଷ୍ପଲତାଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ଏହି ଘଟଣା ଘଟିଥିଲା ଆଠଗଡ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ । ବାଙ୍କି ଥାନା ପାର୍ଥପୁର ଅଞ୍ଚଳର ସୁନୀଲ ନନ୍ଦ ୨ୟ ବିବାହ କରିଥିଲେ । ସେ ପ୍ରଥମ ପତ୍ନୀଙ୍କୁ ଛାଡି ଦେଇଥିବାବେଳେ ତାଙ୍କଠାରୁ ୨ ପୁଅ ଝିଅଙ୍କୁ ଜବରଦସ୍ତ ନେଇ ଆସିଥିଲେ । ୨ ପିଲା ଓ ପତ୍ନୀଙ୍କ ସହ ସୁନିଲ ଆଠଗଡ ଅଶୋକ ନଗରରେ ରହୁଥିଲେ ।

ହେଲେ ସାବତ ମା ’ ଦୁଇ ପିଲାଙ୍କୁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ହେଲେ ଗତ ୨ ଦିନ ତଳେ ନିଷ୍ଠୁରତାର ସବୁ ସୀମା ଟପି ଯାଇଥିଲା । ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିସ୍ତୁକ ପିଟିଥିଲେ । ଲହୁ ଲୁହାଣ କରି ଦେଇଥିଲେ ।

ଶେଷରେ ପୁଅ-ଝିଅ ଦୁହେଁ ଘର ଛାଡି ପଳାଇ ଆସିଥିଲେ । ଦେହ ସାରା ମାଡର ଦାଗ । କେଉଁଠି ରକ୍ତ ଲାଗିଛି ତ କେଉଁଠି କଳା ପଡି ଫୁଲି ଯାଇଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।