Onn 3

ପହିଲି ଶୀତ, ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ

State

pakhi

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପରିବେଶବିତ । ସାଇବେରିଆନ ପକ୍ଷୀ ହୁଅନ୍ତୁ ଅବା କାଶ୍ମୀର ଲଦାଖରୁ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଗଡୁଖଲ ପକ୍ଷୀ ଚିଲିକା ନଳବଣରେ ପହଞ୍ଚିଛନ୍ତି । ତେବେ ବିଦେଶାଗତ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଏବେଠାରୁ ପକ୍ଷୀମାନଙ୍କ ସୁରକ୍ଷା ଦିଗରେ ନଜର ରଖିଛି ବନବିଭାଗ।

ଶୀତଋତୁର ଆଗମନରେ ଚିଲିକା ମୁଁହା ଏବେ ବିଦେଶାଗତ ପକ୍ଷୀ। ବର୍ତ୍ତମାନ ଚିଲିକା ନଳବଣରେ ବିଦେଶାଗତ ପକ୍ଷୀ ମାଇଲ ମାଇଲି ଦୂର ଅତିକ୍ରମ କରି ଚିଲିକାରେ ପହଁଚିଛନ୍ତି। ଅକ୍ଟୋବର ମାସରେ ହିଁ ଚିଲିକାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି। ସୁଦୂର କାଶ୍ମୀରର ଲଦାଖରୁ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଗଡ଼ୱାଲ ପକ୍ଷୀ ଚିଲିକା ନଳବଣରେ ପହଞ୍ଚିଛନ୍ତି। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଖବର ପାଇ ବନ ବିଭାଗ ପକ୍ଷୀଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ଆରମ୍ଭ କରିଛି।

କିଭଳି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେପଟେ ପକ୍ଷୀ ସୁରକ୍ଷା ଖାସ କରି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି ଟିମ ଗଠନ କରାଯାଇଛି । ଚିଲିକାର ଟାଙ୍ଗି, ରମ୍ଭା, ସାତପଡା, ନୂଆପଡା ଓ ଚିଲିକା ଡିଭିଜନରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପକ୍ଷୀ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଆଉ ପକ୍ଷୀଙ୍କ ଆଗମନ ପରେ ଚିଲିକାକୁ ଛୁଟିବ ପର୍ଯ୍ୟଟକଙ୍କ ଭିଡ ।