Onn 3

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

State

 

rewe

ଭୁବନେଶ୍ୱର : ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ  । ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  ।

“ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା” ଶୀର୍ଷକ ବିଷୟକୁ ଏହି ମାରାଥନରେ ଗୁରୁତ୍ୱ ଦିଆଯାଇଥିଲା । କ୍ରୀଡ଼ା ହଷ୍ଟେଲ, କଳିଙ୍ଗ ଷ୍ଟାଡିୟମ ଏଚପିସି ଅନ୍ତର୍ଗତ ହକି, ସୁଟିଂ, ସନ୍ତରଣ, ଆଥଲେଟିକ୍ସ, ଭାରତ୍ତୋଳନ, ଆଦି ବିଭିନ୍ନ କ୍ରୀଡ଼ା ଶୃଙ୍ଖଳର ଅନ୍ତେବାସୀ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସଡିଏମଏ ର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଏଥିରେ ସାମିଲ ହୋଇଥିଲେ । କଳିଙ୍ଗ ଷ୍ଟାଡିୟମର ୧ ନଂ ନମ୍ବର ଗେଟରୁ ଏହି ମିନି ମାରାଥନ ବାହାରି ଶାସ୍ତ୍ରୀନଗର ଛକ, ୧୨୦ବାଟାଲିୟନ ଛକ, ପାୱାର ହାଉସ ଛକ ଦେଇ ରାଜଭବନରେ ପହଂଚି ପୁଣି କଳିଙ୍ଗ ଷ୍ଟାଡିୟମ ପ୍ରତ୍ୟାବର୍ତ୍ତନ କରିଥିଲା  ।

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସଚେତନତା ଓ ପୂର୍ବ ପ୍ରସ୍ତୁତି ସହ ଏହାକୁ ମୁକାବିଲା କ୍ଷେତ୍ରରେ ସଶକ୍ତ ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା ଲକ୍ଷ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା  । ଏହି ଉତ୍ସବରେ କ୍ରୀଡ଼ା ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ଓଏସଡିଏମଏ ପରିଚାଳନା ନିର୍ଦେଶକ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ସମେତ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ  ।