Onn 3

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ: ଭି.କେ ପାଣ୍ଡିଆନ୍

State

 

vk

ଭୁବନେଶ୍ବର: ଆଜି ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ପୁରୀ ଯାଇ ଶ୍ରୀମନ୍ଦିର  ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ଆଜି ଭୋରରୁ ତ୍ରିଶୁଳିଆରେ ପହଞ୍ଚି ଭୁବନେଶ୍ବର-କଟକ ମେଟ୍ରୋ  ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଏବଂ ଡିପୋ ବୁଲି ଦେଖିଛନ୍ତି । ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଆଲୋଚନା କରିଛନ୍ତି  ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ  କାର୍ଯ୍ୟକାରୀ ହେବ  । ତ୍ରିଶୂଳିଆ ଛକ ନିକଟରେ ମେଟ୍ରୋ ରେଳ ପ୍ରକଳ୍ପର ସେଣ୍ଟ୍ରାଲ ଡିପୋ ରହିବ । ସେଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଉଥିବା ବେଳେ ଏହାକୁ ମେଟ୍ରୋ ଷ୍ଟେସନ ସହିତ ପରିବ୍ୟାପ୍ତ କରାଯିବ । ନୂଆବର୍ଷରେ ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଆଜି ମଧ୍ୟ କଟକ ନେତାଜୀ ବସ ଟର୍ମିନାଲ , ତାଳଦଣ୍ଡା କେନାଲ ମଧ୍ୟ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ  ।  ନେତାଜୀ ବସ ଟର୍ମିନାଲରେ ପରିଷ୍କାର ପରିଚ୍ଛନ୍ନତା ଓ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି । ଗସ୍ତ ସମୟରେ ଉନ୍ନୟନ କମିଶରନ ଅନୁ ଗର୍ଗ, କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ଥିଲେ ।