୬ଟି ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଗୀତ ଗାଇଛନ୍ତି ଏବଂ ୬ଟି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ୧୯୮୪ରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଭାବେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୬୨ ମସିହାରେ ଜୟଦେବ ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ।୧୯୪୭ ଫ୍ରେବୃଆରୀ ୮ ତାରିଖରେ ସ୍ୱରୂପ ନାୟକଙ୍କ ଜନ୍ମ । ସଙ୍ଗୀତକାର ତଥା ଫିଲ୍ମ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକ ତାଙ୍କର ଭାଇ ଏବଂ ପାର୍ବତୀ ଘୋଷ ତାଙ୍କର ଭଉଣୀ ।
ସେ ଓଡ଼ିଆ ସିନେ ଜଗତରେ ଅନେକ ସଙ୍ଗୀତରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ଦର୍ଶକଙ୍କର ପ୍ରଶଂସାର ପାତ୍ର ପାଲଟିଯାଇଥିଲେ । ‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା ଦେଇଥିଲେ।
ସ୍ବରୂପ ନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ବରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ର ।