Onn 3

ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ

State

 

rew

କଟକ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ ହେଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍‌ ଡକ୍ଟର ବିକଳି ଚରଣ ଦାସ । ବର୍ତ୍ତମାନ ଡକ୍ଟର ଦାସ ରେଭେନସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ।

ଡକ୍ଟର ଦାସଙ୍କ ରଚିତ ୭ଟି ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ଵ ନିବନ୍ଧ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଜର୍ଣ୍ଣାଲର ପୃଷ୍ଠାମଣ୍ଡନ କରିଛି । ସେ ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟରୁ ଏମ୍‌.ଏଡ୍‌. ଓ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଡି.ଫିଲ୍‌. ଡିଗ୍ରୀ ହାସଲ କରିଛନ୍ତି । ଏନ୍‌ସିଟିଇର ସଦସ୍ୟ ରୂପେ ଡକ୍ଟର ଦାସଙ୍କ ମନୋନୟନକୁ ଶିକ୍ଷାବିତ୍‌ ମହଲରୁ ସ୍ବାଗତ କରାଯାଇଛି।