କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ସାର ଦରକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ। ଏନବିଏସ ଅଧୀନରେ ଚାଷୀଙ୍କୁ ରିହାତି ମୂଲ୍ୟରେ ସାର ମିଳିବା ଜାରି ରହିବ ଏବଂ ଗୋଟିଏ ପଇସା ୟୁରିଆ ବଢିବ ନାହିଁ । ଏହାବ୍ୟତୀତ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ପିଏମକେଏସୱାଇ-ଏଆଇବିପି) ଅଧୀନରେ ଅନ୍ତର୍ଭୁକ୍ତ କରିବାକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରୁ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଉପକୃତ ହେବେ ବୋଲି ଅନୁରାଗ ଠାକୁର କହିଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ପୁଣି ଥରେ କୃଷକ ଅନୁକୂଳ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଦେଶର କୃଷକମାନଙ୍କୁ ପ୍ରଭାବିତ କରିବ ନାହିଁ। ରବି ଋତୁ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ଯୋଗାଇ ଦିଆଯିବ।