ଗୁରୁବାର ବିଳମ୍ବିତ ରାତିରେ ବେରୁଟରେ ପହଞ୍ଚିଥିଲେ ଅମିର ଅବ୍ଦୋଲାହିଆନ। ସେଠାରେ ଲେବାନନର ଅଧିକାରୀଙ୍କ ସହ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦର ପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବାବଦେର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଇସ୍ରାଏଲର କ୍ରମାଗତ ଭାବେ ଆକ୍ରମଣ, ଯୁଦ୍ଧ ଅପରାଧ ଏବଂ ଗାଜାକୁ ଅବରୋଧ କରିବା ଅନ୍ୟ ପକ୍ଷରୁ ଯୁଦ୍ଧ ସମ୍ଭାବନାକୁ ଅଧିକ ଖୋରାଗ ଯୋଗାଉଛି।
ଗୁରୁବାର ଅମିର ଅବ୍ଦୋଲାହିଆନ ଇରାକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ସହ ସାକ୍ଷାତ କରିବା ପରେ ଏଭଳି ବିବୃତ୍ତି ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ହମାସର ଅତର୍କିତ ଆକ୍ରମଣ ଉପରେ ଇରାନର ହାତକୁ ନେଇ ଚର୍ଚ୍ଚା ହେଉଛି।
ଶନିବାର ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯେପରି ଭାବେ ଅତର୍କିତ ଆକ୍ରମଣ କରିଛି ଏଥିରେ ଇରାନର ଭୂମିକା ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ହମାସ ସଦସ୍ୟମାନେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ୱ କୌଣସି ସରକାର ଏହି ଆକ୍ରମଣର ଆୟୋଜନ କରିଥିବା ନେଇ ସିଧାସଳଖ ପ୍ରମାଣ ମିଳିନାହିଁ। ତଥାପି କେତେକ ଦିଗକୁ ବିଚାରକୁ ନେଲେ ଇରାନ ହମାସମାନଙ୍କୁ ତାଲିମ, ଅର୍ଥ ଏବଂ ଅର୍ଥଶସ୍ତ୍ର ଯୋଗାଇ ଦେଇଥିବା କୁହାଯାଉଛି।