Onn 3

ଚାରି କୋଟି ଟଙ୍କା ବିନିମୟ ରେ ନିର୍ମାଣ ହେବ ଆଦିବାସୀ ଭବନ

State

ବାରିପଦା :ଆଜି ସ୍ଥାନୀୟ ମୁର୍ଗାବାଡ଼ି ସ୍ଥିତ ଡି ପି ଆର ସି ହଲ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୁରଭଞ୍ଜ ର ଦ୍ଵିତୀୟ ପରିଷଦ ବୈଠକ ପରିଷଦ ର ଅଧ୍ୟକ୍ଷ ଡ଼ା ଦେବାଶିଷ ମାର୍ଣ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ପ୍ରାରମ୍ଭ ରେ ବାରିପଦା ସମନ୍ବିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମ ଚନ୍ଦ୍ର ସୋରେନ ଉପସ୍ଥିତ ଥିବା ଅତିଥି, ପରିଷଦ ର ସଦସ୍ୟ /ସଦସ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ର ଆଭିମୁଖ୍ୟ ସମ୍ଭନ୍ଧ ରେ ସମସ୍ତଙ୍କୁ ଅବଗତ କରାଇଥିଲେ | ପରିଷଦ ର ଅଧ୍ୟକ୍ଷ ଡ଼ା ମାର୍ଣ୍ଡି ତାଙ୍କ ବକ୍ତବ୍ୟ ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀ ମାନଙ୍କ ଉନ୍ନତି ର ମାନସ ପୁତ୍ର ପରିକଳ୍ପନା ସ୍ୱରୂପ ହେଉଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଯାହାକି ଭାରତ ବର୍ଷ ରେ ପ୍ରଥମ ବୋଲି ଉଲ୍ଲେଖ କରିଥିଲେ | ଓଡିଶା ରେ ବର୍ତମାନ 23 ଗୋଟି ଆଦିବାସୀ ବହୁଳ ଜିଲ୍ଲlରେ ଏହି ପରିଷଦ କାର୍ଯ୍ୟ କରୁଛି | କେବଳ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ପରମ୍ପରା ର ବିକାଶ ଏହାର ଲକ୍ଷ ନୁହେଁ ବରଂ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ର ରେ ଉନ୍ନତି ଆଣି ସେମାନଙ୍କ ର ସାମଗ୍ରିକ ବିକାଶ ସାଧନ କରିବା ଉନ୍ନୟନ ପରିଷଦ ର ପ୍ରମୁଖ ଉଦେଶ୍ୟ | ଏହି ଅବସରରେ ପ୍ରୋଜେକଟର ଜରିଆରେ ପରିଷଦ ର କାର୍ଯ୍ୟାଧାରା ତଥା ଚଳିତ ବର୍ଷ ର ବିଗତ ଦିନମାନଙ୍କ ରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ତଥା ଏହାର ଉପଲବ୍ଧି ଏବଂ ଚଳିତ ଆର୍ଥିକ ବର୍ଷର ଆଗାମୀ ଦିନରେ ହାତକୁ ନିଆଯାଇଥିବା ଥିବା ବିଭିନ୍ନ ପ୍ରକଳ୍ପର ବର୍ତମାନ ର ସ୍ଥିତି ସମ୍ବନ୍ଧରେ ବିସ୍ତୃତ ଭାବେ ଅବଗତ କରାଇଥିଲେ | ଏଥି ମଧ୍ୟରୁ ଚାରିକୋଟି ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ଆଦିବାସୀ ଭବନ, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ଆଲୋଚନା ଓ ସହମତି ଭିତ୍ତି ରେ କଳାକାର ମାନଙ୍କୁ ବାଦ୍ୟଯନ୍ତ୍ର ଯୋଗାଇବା, ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡା ପୋଷାକ ଓ ଉପକରଣ ପ୍ରଦାନ କରାଯିବା, ଭାବର ଆଦାନ ପ୍ରଦାନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ସ୍ପୋର୍ଟସ ମିଟ, 20 ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା ବ୍ଲକ ସ୍ତରୀୟ ଐତିହ୍ୟ କେନ୍ଦ୍ର , ଅଧିକରୁ ଅଧିକ ଧର୍ମୀୟ ପୀଠ ନିର୍ମାଣ, ଅଧିକ ସାଂସ୍କୃତିକ ସଙ୍ଘ ଗଠନ, ଆଦିବାସୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଆଦିବାସୀ ହାଟ ନିର୍ମାଣ, ଆଦିବାସୀ ତୀର୍ଥ ସ୍ଥଳୀ ର ଉନ୍ନତିକରଣ ଓ ବୃହତ ଲକ୍ଷ୍ୟ ସାଧନ ନିମିତ୍ତ ବାହାର ସ୍ଥାନକୁ ଭ୍ରମଣ ଇତ୍ୟାଦି କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦ ର ଅଧ୍ୟକ୍ଷ ଡ଼ା ମାର୍ଣ୍ଡି ଉଲ୍ଲେଖ କରିଥିଲେ |

ଜିଲ୍ଲାପାଳ ତଥା ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ ତାଙ୍କ ବକ୍ତବ୍ୟ ରେ କହିଥିଲେ କି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ଯେଉଁ ସବୁ ଯୋଜନା ରହିଛି ସେଗୁଡିକ ଆଇ ଟି ଡି ଏ ଓ ଅନ୍ୟାନ୍ୟ ବିଭାଗ ର ମିଳିତ ସହଯୋଗ ରେ ସମ୍ପାଦିତ ହେଉଛି | ଏଥିପାଇଁ ଅର୍ଥ ପ୍ରତିବନ୍ଧକ ହେବ ନାହିଁ | ପ୍ରକଳ୍ପ କାର୍ଯ୍ୟ ପାଇଁ ଜମି ଆବଣ୍ଟନ କ୍ଷେତ୍ର ରେ ଉପୁଜୁଥିବା ସମସ୍ୟା ଗୁଡିକୁ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେଇ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପି ଏ ଆଇ ଟି ଡି ଏ ମାନଙ୍କୁ ପରାମର୍ଶ ଦେଇଥିଲେ |ଏସଡିସି ଦ୍ୱାରା ଯେଉଁ ସବୁ କାର୍ଯ୍ୟ ସମ୍ପାଦିତ ହେଉଛି ସେଗୁଡିକ ଲୋକମାନଙ୍କ ଉତ୍ତମ ଦୃଷ୍ଟିଗୋଚର ପାଇଁ ଏକ ପ୍ରକାରର ବ୍ରାଣ୍ଡିଂ ଓ ଦୀର୍ଘ ସ୍ଥାୟୀ ଲୋଗ ବ୍ୟବହାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ | ମାତ୍ର ତୃଣମୂଳ ସ୍ତରରେ ଲୋକମାନଙ୍କୁ ଯୋଜନା ବିଷୟରେ ସଚେତନ କରାଇ କାର୍ଯ୍ୟଧାରାରେ ସ୍ୱଚ୍ଛତା ଅବଲମ୍ବନ କରି ପ୍ରକଳ୍ପ କାର୍ଯ୍ୟ ଗୁଡିକ କିପରି ଉତ୍ତମ ମାନର ହେବ ସେ ଦିଗରେ ଉଭୟ ସରକାରୀ ବିଭାଗ ଓ ପରିଷଦର କର୍ମକର୍ତ୍ତା ମାନେ ଯତ୍ନବାନ ହେବା ପାଇଁ ପରlମର୍ଶ ଦେଇଥିଲେ | ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ରେ ସେ ଅଂଚଳ ର ବିଭିନ୍ନ ଗୋଷ୍ଠୀ ର ଲୋକଙ୍କ ସହିତ ଆଲୋଚନା କରି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେ ଅଂଚଳ ର ଲୋକଙ୍କ ଭାଗିଦାରୀ ପାଇଁ ଏହାର ରକ୍ଷଣା ବେକ୍ଷଣ ତଥା ସୁରକ୍ଷା ପାଇଁ ସେମାନଙ୍କୁ ବିଶେଷ କରି ଯୁବ ଗୋଷ୍ଠୀ ଙ୍କୁ ଦାୟିତ୍ୱ ଦେଲେ ସମନ୍ୱୟ ରେ ଉନ୍ନତି ଘଟିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ |

ପରିଷଦର ସଦସ୍ୟ ସଦସ୍ୟା ମାନେ ମଧ୍ୟ ଜିଲ୍ଲା ରେ ଆଦିବାସୀ ସମ୍ପ୍ରଦାୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜନିଜ ର ସୁଚିନ୍ତିତ ମତାମତ ରଖି ଥିଲେ |ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦ ର ଉପାଧ୍ୟକ୍ଷା କମଳା ତିରିଆ, କରଞ୍ଜିଆ, ଉଦଳା ଓ ରାଇରଙ୍ଗପୁର ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପରିଷଦ ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ | ଶେଷରେ ପରିଷଦ ର ଉପlଧ୍ୟକ୍ଷା କମଳା ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ |