Onn 3

ଅତିଥିଙ୍କୁ ସୁରକ୍ଷା ଦେବେ ୧୩ହଜାର ସୁରକ୍ଷା ବାହିନୀ, କରାଯାଇଛି ଏସବୁ ବ୍ୟବସ୍ଥା

National & International

ସ_files-164

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏହି ବଡ଼ ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସୁରକ୍ଷା ପାଇଁ ୧୩ହଜାର ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସହ ବୋମା ନିରୋଧି ସ୍କ୍ବାଡ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ, ଧନୀକ ବ୍ୟବସାୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ବ୍ୟତୀତ କ୍ରୀଡ଼ା କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କ ଭଳି ସେଲିବ୍ରିଟି ‘ପ୍ରାଣ ପ୍ରତିଷ୍ଠା’ରେ ଯୋଗଦେବାକୁ ଯାଉଛନ୍ତି। ଏହାକୁ ନଜରରେ ରଖି ବୋମା ନିରୋଧି ସ୍କ୍ବାଡ, ଡଗ୍ ସ୍କ୍ବାଡ ଓ ଏନଡିଆରଏଫ ଟିମକୁ ନିଯୋଜିତ କରାଯାଇଥିବା ସାମ୍ନାକୁ ଆସିଛି।

‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଦିନ ୧୨.୨୦ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତ ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ୭,୦୦୦ରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିବେ। ଉପସ୍ଥିତ ନଥିବା ଲୋକେ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଦେଖିପାରିବେ।