Onn 3

ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ

Crime State

 

ffs

ସମ୍ବଲପୁର: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୯ ମାସ ପରେ ବୁର୍ଲା ମେଡ଼ିକାଲରେ ତାଙ୍କର ମୃତ୍ଯୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଅଧ୍ଯାପକ ଜଣକ ହେଲେ ଝାରସୁଗୁଡା ଏଚ. କଟାପାଲି କଲେଜର ଅମିତ କୁମାର ବାରିକ ।

ଗତ ଫେବ୍ରୁଆରୀରେ କୌଣସି କଥାକୁ ନେଇ ଛାତ୍ର ରାଜେଶ କୁମାର ସହିସକୁ ଅଧ୍ଯାପକ ଆକଟ କରିବାରୁ ସେ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଅଧ୍ୟାପକ ଅମିତ ବାରିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୯ ମାସ ଧରି ଚିକିତ୍ସା ହେବା ପରେ ଗତ ବିଳମ୍ବିତ ରାତିରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ସକାଳେ ଶ୍ରେଣୀକୁ ବିଳମ୍ବରେ ଆସିଥିବାରୁ ଅମିତ ରାଜେସକୁ ତାଗିଦ କରିଥିଲେ । ଏହାକୁ ନେଇ ଖୁବ ବଚସା ମଧ୍ୟ ହୋଇଥିଲା । ଏହାପରେ ରାଜେଶ ରାଗରେ ଅମିତଙ୍କୁ ଆକ୍ରମଣ କରିଥିଲେ । ୯ ମାସ ଧରି ଚିକିତ୍ସିତ ହେବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରେ ଅଭିଯୁକ୍ତ ଛାତ୍ର ରାଜେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।