Onn 3

୧୦ ଡିଗ୍ରୀ ତଳେ ୮ ସହର, ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର

State

 

images

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାତିର ତାପମାତ୍ରା ରେ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର ପାଲଟିଛି ।

ସେହିପରି ଦାରିଙ୍ଗବାଡିରେ ୭ ଡ଼ିଗ୍ରୀ,   ଜି. ଉଦୟଗିରିରେ ୭.୪  ଡ଼ିଗ୍ରୀ,  କେନ୍ଦୁଝର: ୮.୮ ଡ଼ିଗ୍ରୀ,  ସୁନ୍ଦରଗଡ ୯ ଡ଼ିଗ୍ରୀ , କିରେଇ ୯.୪  ଡ଼ିଗ୍ରୀ,  ଫୁଲବାଣୀ ୯.୫ ଡ଼ିଗ୍ରୀ , ଏବଂ ସେମିଳିଗୁଡାରେ ୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଶୀତ ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଶୀତଦାଉରୁ ରକ୍ଷା ପାଇବାକୁ କିଏ ଚା ଖଟିରେ ଭିଡ ଜମାଉଛି ତ କିଏ ନିଆଁ ପୋଇଁ ହେଉଛି  । ଅନେକ ସ୍ଥାନରେ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି  । ଯାହାଫଳରେ କି ଯାନାବାହନ ଚଳାଚଳରେ ବହୁ ବାଧା ଉପୁଜୁଛି ।