Onn 3

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟପର୍ଯ୍ୟାୟ) ର ବନଖଣ୍ଡସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ

State

ବାରିପଦା : ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କ ସଭାପତିତ୍ଵରେ ଶୁକ୍ରବାର ଦିନ ‘ସଙ୍କଳ୍ପସଭାଗୃହ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ,ୟ ପର୍ଯ୍ୟାୟବନାୟନ ))ର ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ମୁଖ୍ୟ ଅତିଥି ଭାବେ କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବାରିପଦାରଡ଼ ପ୍ରକାଶ ଚାନ୍ଦ ଗୁଗିନାନୀଯୋଗଦେଇ ସମୀକ୍ଷା ୨୦୨୨-୨୩ର ଶୁଭ ଉଦ୍‍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜର ଅକ୍ଷୟ ସୁନିଲ ଅଗ୍ରୱାଲ୍‍ ଯୋଗ ଦେଇଥିଲେ । ବାରିପଦା ବନଖଣ୍ଡ ଅଧିକାରୀ  ସନ୍ତୋଷ ଯୋଶୀ, ସମୀକ୍ଷା ୨୦୨୨-୨୩ର ଲକ୍ଷ୍ୟ ସହିତ ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଉକ୍ତ ପ୍ରକଳ୍ପ ଜରିଆରେ କିପରି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହେବା ସହ ବନ ସୁରକ୍ଷା ସମିତି ସ୍ତରରେ ଲୋକମାନଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇ ପାରିବ, ବିଭିନ୍ନ ବିଭାଗ ଦ୍ୱାରା ଜନାଭିମୂଖି ଯୋଜନା ଗାଁର ଲୋକମାନଙ୍କ ପାଖରେ ପହଞ୍ଚି ପାରିବ, ସେ ବିଷୟରେ ମାନନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବାରିପଦା ଡ଼ଃ ପ୍ରକାଶ ଚାନ୍ଦ ଗୁଗିନାନୀଗୁରୁତ୍ୱାରୂପ କରିଥିଲେ। ପ୍ରତ୍ୟେକ ବନଖଣ୍ଡରେ ଗୋଟିଏ ପ୍ରକାରର ଉତ୍ପାଦକ ହାତକୁ ନେଇ ଏହାର ପ୍ରକ୍ରିୟା କରଣ, ପ୍ରଚାର, ପ୍ରସାର ଓ ବଜାରିକରଣ କରାଯାଇପାରିବ  ସେଥି ପ୍ରତି ଦୄଷ୍ଟି ଆର୍କଷଣ କରିଥିଲେ | ଏତ୍‍ଦ ବ୍ୟତୀତ ବିଫଳ ହେଉଥିବା କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କଲେ ତାହାଦ୍ୱାରା ଅଧିକ ସଫଳ ମିଳିପାରିବ | ବୈଠକରେ ଉପସ୍ଥିତ ଥିବା ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜର  ଅକ୍ଷୟ ସୁନିଲ ଅଗ୍ରୱାଲ୍‍ ଜଙ୍ଗଲ ବିଭାଗ ଅନ୍ୟ ବିଭାଗମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରି ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ନିରନ୍ତର ଜୀବନଜୀବିକାରେ ଉନ୍ନତି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ |ପ୍ରଧାନ ମୁଖ୍ୟ ବନସଂରକ୍ଷକ (ପ୍ରକଳ୍ପ) ତଥା ପ୍ରକଳ୍ପ ନିର୍ଦ୍ଦେଶକ ଓଡିଶା ବନାଞ୍ଚଳ ଉନ୍ନୟନ ସମିତି ଭୁବନେଶ୍ୱରଙ୍କର  ପ୍ରତିନିଧି ଭାବେ ପିଏମ୍‍ସିର ଟିମ୍‍ ଲିଡର ଶ୍ରୀଯୁକ୍ତ କ୍ରିଷ୍ଣା କୁମାର ନାଭାଲେଡି ଯୋଗଦାନ କରି ଆଗାମୀ ଦିନରେ ପ୍ରକଳ୍ପ ମାଧ୍ୟମରେ ବାରିପଦାରେ କରାଯାଇଥିବା ବହୁମୁଖୀ ଉତ୍ପାଦ କ୍ଲଷ୍ଟର ଭଳି ଅନ୍ୟ ଡିଭିଜନରେ ମଧ୍ୟ ବହୁମୁଖୀ ଉତ୍ପାଦ କ୍ଲଷ୍ଟର  କରାଯିବା ପାଇଁ ଯୋଜନା କରାଯାଉଅଛି | ଏହା ସହିତ ମୟୂରଭଞ୍ଜରେ କରାଯାଇଥିବା ବହୁମୁଖୀ ଉତ୍ପାଦ କ୍ଲଷ୍ଟର  ଦ୍ୱାରା ଉତ୍ପାଦନ କରାଯାଉଥିବା ଉତ୍ପାଦକଗୁଡିକର ବିକ୍ରିବଟା ନିମନ୍ତେ ବଜାର ସୄଷ୍ଟି କରିବା ଓ ୨ୟ ବ୍ୟାଚର  ବନସୁରକ୍ଷା ସମିତି ମାନଙ୍କରେ ଅଣୁଯୋଜନା ସଂଶୋଧନ ଉପରେ ଆଲୋକପାତ କରିଥିଲେ |

ବାରିପଦା ବନଖଣ୍ଡର ସହକାରୀ ବନ ସଂରକ୍ଷକ, ଶ୍ରୀ ଅରୁଣ କୁମାର ବିଶ୍ୱାଳ, ୨୦୨୨-୨୩ବର୍ଷରେ ବନ ସୁରକ୍ଷା ସମିତି ମାନଙ୍କରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଯଥା- ଜଙ୍ଗଲ ସୀମା ସର୍ବେକ୍ଷଣ ରକ୍ଷଣାବେକ୍ଷଣ, ମୄତ୍ତିକା ଜଳ ସଂରକ୍ଷଣ, ବୃକ୍ଷ ରୋପଣ, ଅଣୁଯୋଜନା ସଂଶୋଧନର ପ୍ରସ୍ତୁତି, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓ ଏକାଭିମୂଖୀ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭର ପରିବାର ଗୁଡିକର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ଆର୍ବତ୍ତନ ପାଣ୍ଠି ଜରିଆରେ ଅତି ଗରିବରୁ ଗରିବ ଓ ସ୍ୱୟଂ ସହାୟକ ଗୋଷ୍ଠିଗୁଡିକର ଉନ୍ନତି ସାଧନ ହୋଇପାରିବ ପି.ପି.ଟି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହା ସହିତ ଆଗାମୀ ଦିନରେ କିପରି ସୁଚାରୁ ରୂପେ ବିଭିନ୍ନ କାମ ଗୁଡିକ କରାଯାଇ ପାରିବ ତାହା ବନ ସୁରକ୍ଷା ସମିତିର ସଦସ୍ୟ ମାନଙ୍କର ସହଯୋଗ କାମନା କରିଥିଲେ। ମୁଖ୍ୟ ଅତିଥି ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କାର୍ଯ୍ୟ ରିପୋର୍ଟ ଉନ୍ମୋଚନ ହୋଇଥିଲା। ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀର ପ୍ରଦର୍ଶନୀ କରାଯାଇଥିଲା। ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ତାଙ୍କ ବିଭାଗ ଦ୍ୱାରା ଏକାଭିମୁଖି କାର୍ଯ୍ୟକ୍ରମ ମାଧ୍ୟମରେ ବନ ସୁରକ୍ଷା ସମିତିର ଲୋକମାନଙ୍କର ଜୀବନ ଜୀବିକା କିପରି ସୁଦୃଢ ହୋଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

ବିଶେଷ ଭାବେ, ନିଜ ନିଜ ବନ ସୁରକ୍ଷା ସମିତିରେ ହୋଇଥିବା ଗଠନ ମୂଳକ କାର୍ଯ୍ୟ ତଥା ପ୍ରକଳ୍ପ ଦ୍ୱାରା ଲୋକମାନଙ୍କର ଜୀବନ ଜୀବିକାରେ କିପରି ଉନ୍ନତି ହୋଇ ପାରିଛି ସେ ବିଷୟରେ ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା, ବନ ସହାୟକ/ସହାୟିକା ଏବଂ କ୍ଷେତ୍ର ପରିଚାଳନା ଏକକର କର୍ମକର୍ତ୍ତା ସଫଳ କାହାଣୀ ଉପସ୍ଥାପନ କରିଥିଲେ।

ସମିକ୍ଷା ବୈଠକରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯଥା ପ୍ରକଳ୍ପ ପ୍ରଶାସକ, ସମ୍ମନ୍ନୀତ ଜନଜାତି ଉନ୍ନୟନ ସଂସ୍ଥା, କୃଷି ଜିଲ୍ଲା ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବିଷୟ ବସ୍ତୁ ବିଶେଷଜ୍ଞ ଶ୍ରୀ କୈଳାଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାରିକ ଉପସ୍ଥିତ ଅତିଥି ବୃନ୍ଦ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ।