Onn 3

ମୁଣ୍ଡା ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ

Politics State

ବାରିପଦା : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତା ୧୯/୧୦/୨୩ ରିଖ ରେ ଅନୁଷ୍ଠିତ କ୍ୟାବିନେଟ ୍ ବୈଠକରେ ମୁଣ୍ଡା (ଭୁମିଜ) ଆଦିବାସୀ ମାନଙ୍କର ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଅନୁମୋଦନ କରାଯାଇଛି ।ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇବାକୁ ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟସଭାପତି ରବିନ୍ଦ୍ର ନାଥସିଂହଙ୍କ ସଭାପତିତ୍ୱରେ ପୋଡାଅସ୍ତିଆ ଠାରେ ତା ୨୦/୧୦/୨୩ ରିଖରେ ଏକ ସଭାଅନୁଷ୍ଠିତ ହୋଇଥିଲା ।ଏହି ମୁଣ୍ଡା ସଭାରେ ମୁଖ୍ୟ ଅତିଥୀ ଭାବେ ସ୍କୁଲ ଓ ଗଣଶିକ୍ଷା , ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ , ସମ୍ମାନୀୟ ଅତିଥୀ ପୁର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି , ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା ଦେବାଶିଷ ମାରାଣ୍ଡି , ଭାରତ ମୁଣ୍ଡା ସମାଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ନାଥ ସିଂ ଉପସଭାପତି ଶ୍ରୀ ଶିବପ୍ରସାଦ ସିଂ, ଉପଦେଷ୍ଟା ମନୋଜ କୁମାର ମୁଣ୍ଡା , ଶିକ୍ଷା ସମ୍ପାଦକ ଶ୍ରୀ ବିଜୟ କୁମାର ସିଂ , ସକ୍ରିୟ ସଭ୍ୟ ଶ୍ରୀ ରାଜେନ୍ଦ୍ର ସିଂ, ଓ ମୁଣ୍ଡାରୀ ସମାଜ ସାଓଁ୍ୱାର ଜାମଡାର ସଭାପତି ଶ୍ରୀ ନନ୍ଦଲାଲ ସିଂ ।

ସଭା ପ୍ରାରମ୍ଭରେ ଅତିଥୀ ମାନେ ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲ ୍ ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗ ଓ ଭଗବାନ ବିର୍ସାମୂଣ୍ଡାଙ୍କ ପ୍ରତିମୁର୍ତୀରେ ମାଲ୍ୟାର୍ପଣ କରି ମନ୍ତ୍ରୀ ଶ୍ରୀ ମାରାଣ୍ଡି ମୁଣ୍ଡା ସମାଜର ବହୁପୁରୁଣା ଦାବୀକୁ ନବୀନ ସରକାରଙ୍କ କ୍ୟାବିନେଟ ୍ ବୈଠକରେ ଅନୁମୋଦନ କରିଥିବା ବିଷୟ ସଭାରେ ଘୋଷଣା କରି ଉପସ୍ଥିତ ମୁଣ୍ଡା ଭାଇ ଭଉଣୀ ମାନଙ୍କୁ ଖୁସି କରିଥିଲେ । ଏହି ଖୁସି ଖବର ପାଇ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମୁଣ୍ଡା ଭାଇ ଭଉଣୀ ମାନଙ୍କ ନାଚ ଗୀତରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା ଓ ସଭାପତି ଶ୍ରୀ ରବିନ୍ଦ୍ର ନାଥ ସିଂହ ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।