Onn 3

୨୭ବର୍ଷରେ ପାରାବନ୍ଧ ଦୁର୍ଗାପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

Religion and Cult State

ଆଗରପଡ଼ା: ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳିତ ହେଉଛି । ରବିବାର ଅଷ୍ଟମୀ ପୂଜା ପାଳିତ ହେବା ସହ ପାଗ ଅନୁକୂଳ ଥିବାରୁ ବିଭିନ୍ନ ଦୁର୍ଗା ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ଅବସରରେ ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ପାରାବନ୍ଧ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ଚଳିତ ବର୍ଷ ଉକ୍ତ ଅଂଚଳରେ ମା’ଙ୍କ ପୂଜା ୨୭ ବର୍ଷରେ ପଦାର୍ପଣ କରିଅଛି । ସୂଚନା ଅନୁଯାୟୀ; ୨୬ ବର୍ଷ ତଳେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ରବିନ୍ଦ୍ର ଜେନାଙ୍କ ଉଦ୍ୟମ କ୍ରମେ ଗ୍ରାମବାସୀଙ୍କ ସହଯୋଗରେ ଏଠାରେ ମା’ଙ୍କ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା । ସମୟାନୁକ୍ରମେ ଆଖପାଖ ଗ୍ରାମବାସୀ ଉକ୍ତ ପୂଜା ସହ ଜଡ଼ିତ ହେବା ଯୋଗୁଁ ଏକ ସର୍ବକାଳୀନ ଦୁର୍ଗାପୂଜା କମିଟି ଗଠନ କରାଯାଇ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉ ଅଛି ।

ଚଳିତ ବର୍ଷ ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ନିର୍ମିତ ହୋଇଥିବା ପାଶ୍ୱର୍ମୂର୍ତ୍ତୀ ଦର୍ଶକଙ୍କୁ ଖୁବ ବିମୋହିତ କରୁଛି । ସୁନ୍ଦର ଆଲୋକ ସଜ୍ଜା ବେସ୍ ଅକର୍ଷଣୀୟ ହୋଇପାରିଛି । ଏହି ଅଂଚଳରେ ଏକମାତ୍ର ରାବଣ ପୋଡ଼ି ହୋଇଥିବା ଯୋଗୁଁ ଦଶହରାଦିନ ରାବଣ ପୋଡ଼ଇ ଦେଖିବା ପାଇଁ ବହୁ ଜନସମାଗମ ହୋଇଥାଏ । ପୂଜା କମିଟିର ପରାମର୍ଶଦାତା ଦୋଳଗୋବିନ୍ଦ ସାହୁ, ସନ୍ତୋଷ ଜେନା, ନାରାୟଣ ଚନ୍ଦ୍ର ଜେନା, ଅନାମ ଚରଣ ନାୟକ, ଭାଗିରଥି ରାଉତ, ସରୋଜ ଜେନା, ବସନ୍ତ ମହାନ୍ତି,ଶରତ ପଲେଇ, ଅନାମ ଜେନା, ସନ୍ତୋଷ ସାହୁଙ୍କ ସମେତ କମିଟିର ସଭ୍ୟ ଓ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମା’ ପୂଜା ଧୂମଧାମରେ ପାଳିତ ହେଉଛି ।