Onn 3

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ସବ୍‌ଷ୍ଟେସନ

State

ଆଗରପଡ଼ା:ବନ୍ତ ବ୍ଲକ ବନ୍ତ ବିଦ୍ୟୁତ୍ ବିଭାଗ ଅଧିନସ୍ଥ ଓଡ଼ଙ୍ଗ ଗ୍ରାମପଂଚାୟତର ପାରାବନ୍ଧ ଗ୍ରାମର ବଜାର ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ଲାଗି ଏବଂ ଜେନା ସାହିରେ ଗ୍ରାମ୍ୟ ସଡ଼କକୁ ଲାଗି ଏହିପରି ୨ଗୋଟି ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ଅଛି । ଯାହାକି ମଣିଷ ଏବଂ ଗାଈ ଗୋରୁଙ୍କ ପାଇଁ ବିପଦ ସାଜୁଛି । ଉକ୍ତ ସବ୍‌ଷ୍ଟେସନ ଉପରେ ୧୦୦ରୁ ଉର୍ଦ୍ଧ ଉପଭୋକ୍ତା ନିର୍ଭର କରୁଛନ୍ତି ।

ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ିକୁ ଯିବା ଆସିବା କରନ୍ତି । ଶତାଧିକ ଯାନବାହାନ ମଧ୍ୟ ଯିବା ଆସିବା କରେ । ଉକ୍ତ ସମସ୍ୟାକୁ ନେଇ ଗ୍ରାମର ରେଗା ମୁଣ୍ଡା,କାଳନ୍ଦୀ ଜେନା,ପିତାମ୍ବର ନାୟକ,ଅନାମ ନାୟକ ଏବଂ ଜଳଧର ନାୟକ ପ୍ରମୁଖ ୨ଗୋଟି ସବ୍‌ଷ୍ଟେସନର ସୁରକ୍ଷା ପାଇଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ।