Onn 3

ବଙ୍ଗାଳିସାହୀରେ ୫ ଶହ ବର୍ଷର ଦୁର୍ଗା ପୂଜା

State

ଆଗରପଡ଼ା (ଓଏନ୍‌ଏନ୍‌ ) : ଶାରଦୀୟ ଦୁର୍ଗାପୂଜା ପୁରପଲ୍ଲୀ ଠାରୁ ସହରବଜାର ପର୍ଯ୍ୟନ୍ତ ଅପୂର୍ବ ଧାର୍ମିକ ଭାବନା ଓ ଚେତନା ମଧ୍ୟରେ ଆରମ୍ଭ ହୋଇଛି । ଆଗରପଡ଼ା ସ୍ଥିତ ବଂଗାଳୀସାହୀ ଠାରେ ମଧ୍ୟ ଦୁର୍ଗାପୂଜା ଆରମ୍ଭ ହୋଇଛି । ବିଶେଷ କରି ମା’ଙ୍କର ଅଷ୍ଟମୀ ପୂଜାରେ ମାନସିକଧାରୀ ମାନେ କଖାରୁ ଛେଦନ ପାଇଁ ଦାନ କରିଥାନ୍ତି । ଶନିବାର ଠାରୁ ଯଥାରୀତି ପୂଜାର୍ଚ୍ଚନା ସହ ଭଜନ କୀର୍ତ୍ତନ ମଧ୍ୟରେ ମଣ୍ଡପରେ ଗହଳିଚହଳି ଲାଗି ରହିଛି । ଜନଶୃତି କହେ ପ୍ରାୟ ୫ ଶହ ବର୍ଷ ତଳେ ଏହି ପୂଜା ଏଠାରେ ଆରମ୍ଭ ହୋଇଥିଲା । ବଂଗାଳିସାହୀ ବାସିନ୍ଦା ସ୍ୱର୍ଗତ ଶଙ୍କର ପାଳ ଜଣେ ଗରୀବ ଲୋକ ଥିଲେ । ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ସୂତା ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିଲା । ସ୍ୱପ୍ନାଦେଶ ପରେ ସେ ଏହି ପୂଜା ଆରମ୍ଭ କରିଥିଲେ । ତତ୍କଳୀନ ଆଗରପଡ଼ା ମାହାଲ ରାଜା ଏହି ପୂଜା ପାଇଁ ୩ ଏକର ଜମି ଦା ନ କରିଥିଲେ । ସେହି ଦିନ ଠାରୁ ଏହି ପୂଜା ନିରବଚ୍ଛିନ୍ନ ଭାବେ ପାଳନ ହୋଇଆସୁଛି । ବଂଗାଳୀସାହୀ ଉପରସାହୀର ପ୍ରାୟ ୮୦ ବର୍ଷ ହେଲା ଦୁର୍ଗାପୂଜା ପାଳିତ ହୋଇଆସୁଛି । ତତ୍କାଳୀନ ମହାଜୀବ ରାଜା ଏହି ପୂଜା ପାଇଁ ଦେଢ ଏକର ଜମି ଦାନ କରିଛନ୍ତି । ଏହି ସାହୀର ମଝିସାହୀ ରେ ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ଶଙ୍କର ଚୈାଧୁରୀଙ୍କ ପ୍ରଚେଷ୍ଟାରେ ଦୁର୍ଗାପୂଜା ପ୍ରାୟ ୪୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଏହି ପବିତ୍ର ଆଗରପଡ଼ା ଜନ୍ମସ୍ଥାନରେ ବାରମାସରେ ତେରପର୍ବ କେଉଁ ଆବାହନୀ କାଳରୁ ପାଳନ ହୋଇଆସୁଛି ଓ ଏହି ସ୍ଥାନକୁ ମନ୍ଦିରମାଳିନୀ ମିନି ନଗରୀ କୁହାଯାଉଥିବାରୁ ଓଡ଼ିଶାରେ ଆଗରପଡ଼ା ସ୍ଥାନ ସ୍ୱତନ୍ତ୍ର ବୋଲି ସ୍ଥାନୀୟ ଅଧିବାସୀମାନେ ଗର୍ବ ଅନୁଭବ କରିଛନ୍ତି ।