Onn 3

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ବିଜୁ ଯୁବ ଓ ଛାତ୍ର ସଂଗଠନ ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୬୩ ୟୁନିଟ ରକ୍ତ ସଂଗୃହୀତ

State

ବାରିପଦା: ମ।ନବ ସେବା ମାଧବ ସେବା ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓଡ଼ିଶାରେ କୌଣସି ଵ୍ଯକ୍ତି ରକ୍ତ ଅଭାବରେ ଯେମିତି ମୃତ୍ୟୁ ମୁଖରେ ନପଡନ୍ତୁ ସେଥିପାଇଁ ଧ୍ୟାନ ଦେବାପାଇଁ ସମସ୍ତ ଯୁବ, ଛାତ୍ର,ମହିଳା, ନେତୃବୃନ୍ଦଙ୍କ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ସେ ‘ ଓଡିଶା ମୋ ପରିବାର ‘ ଯୋଜନାରେ ‘ଜୀବନ ବିନ୍ଦୁ ‘ କାର୍ଯ୍ୟକ୍ରମ ଆୟୋଜନରେ ପ୍ରତ୍ଯକ ରକ୍ତ ଭଣ୍ଡାରରେ ସବୁବେଳେ ରକ୍ତ ସଂଗୃହୀତ ପାଇଁ ବ୍ୟବସ୍ଥା କରାଇଛନ୍ତି ।ଆଜି ଭାରତର ସବୁଠାରୁ ରେକର୍ଡ ସ୍ଥାପନ କରିବାକୁ ଯାଉଥିବା ଓଡିଶା ଆଂଚଳିକ ଦଳର ବିଜୁ ଜନତାଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ ।ସେହି ମହାନ ଜନ ନାୟକଙ୍କ ଜନ୍ମ ଦିନ ଅବସରରେ ମୟୂରଭଞ୍ଜ -୨ ବିଜୁ ଯୁବ ଛାତ୍ର ଜନତା ଆନୁକୁଲ୍ୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଲୌହଖଣି ଅଂଚଳ ଗୋରୁମହିଷାଣୀର କଲ୍ୟାଣ ମଣ୍ଡପ ପରିସରରେ ଏକ ରକ୍ତଦାନ ଶିବିର ଆଦି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ମହତକଆମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ,, ମୟୂରଭଞ୍ଜ -୨ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,, ଜିଲ୍ଲା ଯୁବ ବିଜେଡ଼ି ସଭାପତି/ ରାଇର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଖଣ୍ଡପଡ଼ା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ,ଟାଟା ପାଓ୍ବାର ଉପଦେଷ୍ଟା ଦୀପ୍ତିମାନ ବଳ, ଜିଲ୍ଲା ପରିଷଦ ସଦସ୍ଯା ଲିପିକା ମଣ୍ଡଳ,ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସଂପାଦକ ବିକାଶ ମହାନ୍ତ ପ୍ରମୁଖ ଯୋଗ ଦେଇ ରକ୍ତ ଦାନ ଶୁଭ ଉଦ୍ଘାଟନ କରିବା ସହ ସ୍ଵତଃ ପ୍ରବୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ । ୬୩ ଜଣ ରକ୍ତଦାତା ରକ୍ତଦାତା ରକ୍ତଦାନ କରି ଅନ୍ୟର ର ଜୀବନ ଵଂଚାଇବାରେ କାଣିଚାଏ ସହାୟତା କରିଥିବାରୁ ନିଜକୁ ଧନ୍ୟ ମଣିଥିଲେ । ରାଇରଙ୍ଗପୁର ରକ୍ତଭଣ୍ଡାରର ଅଭିଜ୍ଞ ଡାକ୍ତର ଓ ତାଙ୍କ ଅଧିନସ୍ଥ କର୍ମଚାରୀ ପ୍ରମୁଖଙ୍କ ଦ୍ଵାରା ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ମୟୂରଭଞ୍ଜ – ଜିଲ୍ଲା ଛାତ୍ର ଜନତା ସଭାପତି ଅଭିଷେକ ପଟ୍ଟନାୟକ ( ସିତୁ),ବ୍ଳକ ଯୁବ ବିଜେଡ଼ି ଉପସଭାପତି ଧୁମା ମହାକୁଡ଼,ଗ୍ରାମ ଯୁବ ସଭାପତି ଟୁଲୁ ପଟ୍ଟନାୟକ,ରଶ୍ମିତା ମହାନ୍ତି,ଅମନ ଶର୍ମା,ସଂଜୟ ମୁତି,ତପୁ ସେଠି ,ଦେବୁ ପାତ୍ର ଶିବ ମୁଣ୍ଡା,କିଶାନ,ଏସ କେ ରାହୁଲ,ମାଧବ,ସଂଜୀବ ହେମ୍ବ୍ରମ,ରଜତ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।