ଏବଂ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଏହାକୁ ଉପସ୍ଥାପନା କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି । ନରେନ୍ଦ୍ର ମୋଦି ଜି ତନିସ୍କ ବାଗଚିଙ୍କ ଦ୍ବାରା ଲିଖିତ ଗର୍ବା ଗୀତଟି ମତେ ଖୁବ୍ ପସନ୍ଦ ଆସିଛି । ଆମେ ଏକ ନୂଆ ସ୍ବର, ଲୟ , ତାଳ ସହ ଗୀତଟିକୁ ପ୍ରସ୍ତୁତ କରିବାକୁ ଚାହୁଁଥିଲୁ। ଯାହା ଏହି ଗୀତ ଏବଂ ଭିଡିଓକୁ ଜୀବନ୍ତ କରିବାରେ ଆମକୁ ସାହାଯ୍ୟ କଲା।ଏହି ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି । ଗୁଜୁରାଟ ସଂସ୍କୃତିର ଗର୍ବ ଏବଂ ଐତିହ୍ୟକୁ ଏହି ଗୀତରେ ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି ।