Onn 3

ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା ଘଟଣା, ସିନ୍ ରିକ୍ରିଏସନ୍ କରିବ ହତ୍ୟାକରୀ ଡ୍ରାଇଭର

Crime State

 

dfr

ବ୍ରହ୍ମପୁର : ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବ ପୋଲିସ୍ । ଗତକାଲି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠ ନଗରରେ ସୌଦାମିନୀ ରଥ ନାମକ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରଥିଲା ତାଙ୍କ ନିଜ ଡ୍ରାଇଭର ସୀମାଞ୍ଚଳ ସାହୁ । ଘରକୁ ଚୋରି କରିବାକୁ ଆସି ଧରାପଡ଼ିଯିବା ଭୟରେ ଡ୍ରାଇଭର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ମୃତ ସୌଦାମିନୀ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରିବା ପରେ ସେ ହିଁ ହତ୍ୟାକାରୀ ଥିବା ଜଣାପଡିଥିଲା ।