Onn 3

ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ : ସମୀର ମହାନ୍ତି

Politics State

 

bj

ଭୁବନେଶ୍ୱର: ଦିନକୁ ଦିନ ସରଗରମ ହେଉଛି ରାଜନୈତିକ ମାହୋଲ । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତେ ଜୋର ଧରୁଛି । ଓଡ଼ିଶାରେ ବିଜେପି-ବିଜେଡି ଯେମିତି ବାକ ଯୁଦ୍ଧ ଚାଲିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଆଜି  ଜାତୀୟ ରାଜପଥର ମନ୍ଥର କାମକୁ ନେଇ  ବିଜେପି ଉପରେ ବର୍ଷିଥିବା ବେଳେ  ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡି ଉପରେ ବର୍ଷିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘ ଓ ସଡକ ପରିବହନ ସଂଘର ଶତାଧିକ କର୍ମକର୍ତା ଅଟୋ ମହାସଂଘର ସାଧାରଣ ସମ୍ପାଦକ  ଅଜିତ ଦାସଙ୍କ ନେତୃତ୍ୱରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ଏହି ଅବସରରେ ବିଜେପିରେ ସାମିଲ ହୋଇଥିବା କର୍ମକର୍ତ୍ତାଗଣ କହିଥିଲେ, ସେମାନେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନା ପାଇଁ ଅଟୋଚାଳକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉନ୍ତି । ସେମାନଙ୍କ ପାଇଁ କୌଣସି ସୁବିଧା ଯଥା ବାସଗୃହ, ସ୍ପଳ୍ପ ସୁଧରେ ଋଣ ଓ ପ୍ରତ୍ୟେକ ଛକରେ ଷ୍ଟାଣ୍ଡର ସୁବିଧା କରିବାରେ  ନବୀନ ସରକାର ବିଫଳ ହୋଇଛି । ୨୩ବର୍ଷର ଏ ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ ହୋଇଛନ୍ତି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ରୀୟ ଯୋଜନାକୁ ସଫଳ ରୂପାୟନ ଏବଂ ବିଜେପିିର ନୀତି ଆଦର୍ଶରେ ସମ୍ପୂର୍ଣ୍ଣଭାବେ ନିଜକୁ ନିୟୋଜିତ କରି ଦେଶ ପାଇଁ କାର୍ଯ୍ୟ କରିବାକୁ ଅଲ୍ ଓଡ଼ିଶା ମିଳିତ ଅଟୋ ମହାସଂଘ ଓ ସଡକ ପରିବହନ ସଂଘର ଶତାଧିକ କର୍ମକର୍ତାମାନେ ସ୍ପକଳ୍ପ ନେଇଛନ୍ତି ।   ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ, ସାମାଜିକ ସଂଘଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ମହିଳାମୋର୍ଚ୍ଚାର ସାଧାରଣ ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।