Onn 3

ଆମ ଓଡିଶା ନବୀନ୍ ଓଡିଶା (ସହରୀ) ସଚେତନତା ଶିବିର ଆୟୋଜିତ

State

ବାରିପଦା : ଆଜି ସ୍ଥାନୀୟ ଓାର୍ଡ ନମ୍ବର ୪ ସ୍ଥିତ ଜୁବୁଲି ଲାଇବ୍ରେରୀ ଠାରେ ବାରିପଦା ପୈାରପାଳିକା ତରଫରୁ ଆମ ଓଡିଶା ନବୀନ୍ ଓଡିଶା (ସହରୀ) ସଚେତନତା ଶିବିର ଆୟୋଜିତ ହୋଇଯାଇଅଛି । ଉକ୍ତ ଶିବିରରେ ସହରାଞ୍ଚଳ ରବିକାଶ ପାଇଁ ରାଜ୍ୟ ସରକାର ସଂଙ୍କଳ୍ପ ନେଇଥିବା ବିଭିନ୍ନ ଯୋଜନା ଗୁଡିକର ଡିଜିଟାଲ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯାଇଥିଲା । ଆମ ଓଡିଶା ନବୀନ୍ ଓଡିଶା (ସହରୀ) ପରିଚାଳନା କର୍ଯ୍ୟ ସଠିକ ଏବଂ ଦକ୍ଷତା ର ସହ ପରିଚାଳନା କବିବା ନିମନ୍ତେ ଉକ୍ତ ସରକାରୀ କାର୍ଯ୍ୟରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀ , ନିର୍ବାଚିତ ଲୋକପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିବାସହ ବିଭିନ୍ନ ବିଭାଗର ଅଧିକାରୀମାନେ ପାଞ୍ଚ ଗୋଟି ଷ୍ଟଲ ଜରିଆରେ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନ୍‌ୟନ ବିଭାଗ ଓଡିଶା ସରକାର ଙ୍କ ନିର୍ଦ୍ଧେଶକ୍ରମେ ଆଜି ମୟୁରଭଞ ଦାୟିତ୍ୱରେ ଥିବା ନୋଡାଲ ଅଫିସର ତଥା ଅତିରିକ୍ତ ସଚିବ ରବିନ୍ଦ୍ର କୁମାର ସାହୁ ଯୋଗଦେଇ ସମସ୍ତଙ୍କୁ ଦିଗଦର୍ଶନ ଦେବା ସହ ସରକାରଙ୍କ ସମସ୍ତ ପ୍ରକାର ଲୋକକଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ବାରିପଦା ପୈାରପରିଷଦର (୪,୫,୬ ଓ ୧୦ ) ଚାରିଗୋଟି ଓାର୍ଡ ରୁ ୫୪୭ ଜଣ ରୁ ଉର୍ଦ୍ଧ୍ୱ ଅଧିବାସୀ ଙ୍କ ସମେତ କାଉନସିଲର ଯଥା ଶିଖା ସ୍ୱାଇଁ , ପୁଜା ତରେଇ , ଅମ୍ବିକା ସାହୁ ଏବଂ ରୀନା ଶର୍ମା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଓାର୍ଡର ବିକାଶ କାର୍ଯ୍ୟକ୍ରମ ଉପରେ ଟିପଣି ରଖିଥିଲେ । ପୈାରାଧକ୍ଷ କୃଷ୍ନାନନ୍ଦ ମହାନ୍ତି ଏବଂ ଉପନଗରପାଳ ସୀମା ଦାସ ପ୍ରମୁଖ ଙ୍କ ସଂଯୋଜନାରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା । ପୈାରାଧକ୍ଷ କୃଷ୍ନାନନ୍ଦ ମହାନ୍ତି ପୈାରପାଳିକା ରେ ହୋଇଥିବା ବିଭିନ୍ନ ଉନ୍ନତିିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପୈାରନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ଯୋଗଦଇ ତାଙ୍କ ବ୍ୟକ୍ତବ୍ୟରେ ବାରିପଦା ପୈାରପାଳିକାର ବିକାଶ ହୋଇଥିବା ସବୁ ଯୋଜନା ବିଷୟରେ ପଙ୍ଖାନୁପଙ୍ଖ ଭାବେ ବିବରଣୀ ରଖିଥିଲେ । ତତସହିତ ବାରିପଦା ସହରବାସୀ ଏହି ବିକାଶ କାର୍ଯ୍ୟକ୍ରମରେ ସବୁବେଳେ ସହଯୋଗର ହାତ ବଢାଇଛନ୍ତି ବୋଲି ପ୍ରକାଶ କରିବା ସହ ସହରବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ପୈାରପାଳିକାର ପୈାରଯନ୍ତ୍ରୀ ସଚିଦାନନ୍ଦ ଶତପଥି ଉପସ୍ଥିତ ରହି ମୁକ୍ତା , ସ୍ୱଛତା , ରାସ୍ତାର ଆଲୋକୀକରଣ ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଯୋଜନା ସମ୍ବନ୍ଧରେ ମନ୍ତବ୍ୟ ରଖିଥିଲେ । ଏହି ସଚେତନତା ଶିବିରରେ ସି ଟି ମିଶନ ମ୍ୟାନେଜର , କନିଷ୍ଠ ଯନ୍ତ୍ରୀ ,କମ୍ୟୁନିଟି ଅର୍ଗାନାଇଜର , ସାନିଟେସନ ଏକ୍ସପୋର୍ଟ ଙ୍କ ସମେତ ପୈାରପାଳିକାର ଅନ୍ୟାନ୍ୟ କର୍ମଚାରୀ ଏବଂ ସ୍ୱଛ ସାଥି , ସ୍ୱଛ ସୁପରଭାଇଜର , ମିଶନ ଶକ୍ତି ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ନୃତ୍ୟ ଓ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରଷ୍କୃତ କରାଯାଇଥିଲା ।