Onn 3

ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରରେ ଅବକାରୀ ବିଭାଗ ଚଢାଉ

Crime State

 

chad

ଭୁବନେଶ୍ବର: ଆସୁଛି ପାର୍ବଣ । ଏହାପୂର୍ବରୁ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ  ଲାଗିଛି  । ବିଭିନ୍ନ ସମୟରେ ହତ୍ୟା, ରାହାଜାନୀ, ଲୁଟପାଟ୍ ର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ବେଶ୍ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ୍  । ଅବକାରୀ ବିଭାଗ ବି ଫୁଲ୍ ଆକ୍ସନ ମୋଡରେ ରହିଛି  । ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରରେ ଅବକାରୀ ବିଭାଗ ଚଢାଉ କରିଥିଲା ।

ଖାସ୍ କରି ବିଭିନ୍ନ ଡ୍ୟାନ୍ସ ବାର୍ ଗୁଡିକରେ ଅଚାନକ ଭାବେ ଚଢାଉ କରିଥିଲା । ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ରେଡ୍ ବେଳେ କିଛି ଯୁବତୀଙ୍କ ଆଇଡି ଏବଂ ଲାଇସେନ୍ସ ଚେକ୍ କରିଥିଲା ବିଭାଗ । ସହରରେ ଥିବା ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ୩ଟି ଟିମ୍ ଗଠନ ହୋଇଛି । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା ନଜର ରଖିବ ।