Onn 3

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର

Crime State

ଖୋର୍ଦ୍ଧା: ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗେଷ୍ଟହାଉସ୍‌କୁ ଆସିଥିଲେ । ପରେ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରିଛି ।

ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର ହୋଇ ଯାଇଛନ୍ତି । ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି କା ତାଙ୍କୁ ମାରି ଝୁଲାଇ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଯଦି ଆତ୍ମହତ୍ୟା ତେବେ କାରଣ କଣ ? କାହିଁକି ଘଟଣାସ୍ଥଳରୁ ଫେରାର୍‌ ହେଲେ ପୁରୁଷ ବନ୍ଧୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ କରୁଛି । ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର ହୋଇଥିବା ରୁମକୁ ସିଲ୍‌ କରିଛି ପୋଲିସ ।