Onn 3

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଦିଆଯାଇଥିବା ଦାୟିତ୍ୱର କଲେ ସମୀକ୍ଷା

Politics State

ଭୁବନେଶ୍ୱର : ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ ।

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାକି ସାଙ୍ଗଠନିକ କାମ ଶେଷ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।